ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକଯୁବତୀମାନଙ୍କ ପାଇଁ ରେଳବାଇ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଛି। ରେଳବାଇ ନିଯୁକ୍ତି ବୋର୍ଡ ପୃଥକ ବର୍ଗ ଅଧୀନରେ ମୋଟ ୩୧୨ଟି ଖାଲି ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ ରହିଥିବା ବେଳେ ଆଗ୍ରହୀ ପ୍ରାର୍ଥୀମାନେ ୨୦୨୬ ଜାନୁଆରି ୩୧ ପର୍ଯ୍ୟନ୍ତ ଆବେଦନ ଫର୍ମ ପୂରଣ କରିପାରିବେ।

Advertisment

ପୃଥକ ବର୍ଗ ଅଧୀନରେ ମୋଟ ୩୧୨ଟି ଖାଲି ପଦବୀ ପାଇଁ ରେଳବାଇ ନିଯୁକ୍ତି ବୋର୍ଡ ନିଯୁକ୍ତି କରିବ। ଏହି ନିଯୁକ୍ତିରେ ସର୍ବାଧିକ ୨୦୨ଟି ପଦବୀ ଜୁନିଅର ହିନ୍ଦୀ ଟ୍ରାନ୍ସଲେଟରଙ୍କ ପାଇଁ ସଂରକ୍ଷିତ ରହିଛି। ଏହା ସହିତ ଚିଫ ଲ ଆସିଷ୍ଟାଣ୍ଟ ପାଇଁ ୨୨ଟି, ପବ୍ଲିକ୍ ପ୍ରସିକ୍ୟୁସନ୍ ପାଇଁ ୭ଟି, ସିନିୟର ପବ୍ଲିକ୍ ଇନ୍ସପେକ୍ଟର ପାଇଁ ୧୫ଟି ଏବଂ ଷ୍ଟାଫ୍ ଆଣ୍ଡ ୱେଲଫେୟର ଇନ୍ସପେକ୍ଟର ପାଇଁ ୨୪ଟି ପଦବୀ ଅଛି। ଟେକନିକ ଏବଂ ସାଇଣ୍ଟିଫିକ୍  କାଟାଗୋରିରେ ସାଇଣ୍ଟିଫିକ ଆସିଷ୍ଟାଣ୍ଟ ଟ୍ରେନିଂର ୨ଟି ପଦବୀ ଏବଂ ଲେବ ଆସିଷ୍ଟାଣ୍ଟ ଗ୍ରେଡ୍-୩ ପାଇଁ ୩୯ଟି ଏବଂ ସାଇଣ୍ଟିଫିକ ସୁପରଭାଇଜର ପାଇଁ ଗୋଟିଏ ପଦବୀ ଅଛି।

ଅଧିକପଢ଼ନ୍ତୁ:ଥଣ୍ଡାରେ ଥରୁଛନ୍ତି ରାଜଧାନୀବାସୀ: ହାଲୁକା ବର୍ଷାରେ ଭିଜିଲା ଦିଲ୍ଲୀ, ଏପଟେ ପ୍ରବଳ ଜାଡ଼... ସେପଟେ ବର୍ଷାମାଡ଼

ଯୋଗ୍ୟତା

ଆରଆରବି ନିଯୁକ୍ତିରେ ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ରହିଛି। ଶିକ୍ଷାଗତ ଯୋଗ୍ୟତା ମଧ୍ୟରେ  ସ୍ନାତକ ଡିଗ୍ରୀ, ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରି, ବିଜ୍ଞାନ ବିଷୟରେ ଡିଗ୍ରି କିମ୍ବା ଡିପ୍ଲୋମା ଅର୍ନ୍ତଭୁକ୍ତ ରହିଛି।ଏହି ନିଯୁକ୍ତି ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ରହିଛି। ସରକାରୀ ନିୟମ ଅନୁଯାୟୀ ଏସସି, ଏସଟି, ଓବିସି ପରି ସଂରକ୍ଷିତ ବର୍ଗ ଏବଂ ଅନ୍ୟାନ୍ୟ ଯୋଗ୍ୟ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ଛାଡ଼ ପ୍ରଦାନ କରାଯିବ।ଏହି ରେଳବାଇ ନିଯୁକ୍ତି ବୋର୍ଡ ନିଯୁକ୍ତିରେ ମନୋନୀତ ପ୍ରାର୍ଥୀମାନେ ସେମାନଙ୍କ ପଦବୀ ଉପରେ ଆଧାର କରି ଏକ ଆକର୍ଷଣୀୟ ଦରମା ପାଇବେ। ଅଧିକାଂଶ ପଦବୀରେ ନିଯୁକ୍ତ ପ୍ରାର୍ଥୀମାନେ ପ୍ରତି ମାସରେ ୩୫,୪୦୦ଟଙ୍କା ଦରମା ପାଇବେ। ମୁଖ୍ୟ ଆଇନ ସହାୟକ ଭଳି ଉଚ୍ଚ ପଦବୀ ପାଇଁ ମନୋନୀତ ପ୍ରାର୍ଥୀମାନେ ପ୍ରତି ମାସରେ ୪୪,୯୦୦ଟଙ୍କା ଦରମା ପାଇପାରିବେ। ରେଳ କର୍ମଚାରୀମାନେ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ମହଙ୍ଗା ଭତ୍ତା, ଘରଭଡ଼ା ଭତ୍ତା, ଯାତ୍ରା ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ପାଇପାରିବେ, ଯାହା ଫଳରେ ସେମାନଙ୍କର ସାମଗ୍ରିକ ମାସିକ ଆୟ ଆହୁରି ବୃଦ୍ଧି ପାଇବ।

ଆବେଦନ ଶୁଳ୍କ

ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ଜେନେରାଲ, ଓବିସି ଏବଂ ଇଡବ୍ଲୁଲଏସ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୫୦୦, ଏସସି ଏବଂ ଏସଟି ବର୍ଗର ପ୍ରାର୍ଥୀମାନଙ୍କୁ ୨୫୦ଟଙ୍କା ରହିଛି। ଏହି ଶୁଳ୍କ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଅନଲାଇନରେ ପୈଠ କରାଯାଇପାରିବ। ଆବେଦନ ପ୍ରକ୍ରିୟା rrbapply.gov.in ୱେବସାଇଟରେ ହେବ।

ଅଧିକପଢ଼ନ୍ତୁ:ଭାରତରେ ଯାଦୁ ଅଛି… ପ୍ରୟାଗରାଜ ମାଘ ମେଳା ବୁଲି ଆସି ଏମିତି କହିଲେ ଇଟାଲୀ ମହିଳା