ନୂଆ ମେଡିକାଲର ପାଚେରୀ କାମକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

Advertisment
ନୂଆ ମେଡିକାଲର ପାଚେରୀ କାମକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

Dainik Bhaskar

ଭଦ୍ରକ : ପଥପ୍ରାନ୍ତ ରାସ୍ତା ସହ ଫାଟକ ଏବଂ ପାଚେରୀର ଚତୁଃପାର୍ଶ୍ଵରେ ପ୍ରଶସ୍ତ ରାସ୍ତା ନିର୍ମାଣ ପରେ ଅଭିଯୋଗ ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ସ୍ଥାନୀୟ ଅଞ୍ଚଳବାସୀ । ଅଭିଯୋଗକାରୀ ମାନେ ଗେଲପୁର ପଞ୍ଚାୟତର , ସମରାଇପୁର , ପାଟଣାସାହି , କୁଣିଆପାଳ , ନୂଆସାହି , ପ୍ରାଚୀନଗର ଆଦି ଗ୍ରାମର ଗ୍ରାମବାସୀ ।

ଗ୍ରାମକୁ ଲାଗି ରହିଥିବା ସରକାରଙ୍କର ଅନାବାଦୀ ପଡ଼ିଆରେ ଭଦ୍ରକବାସୀଙ୍କ ସୁଚିକିତ୍ସା ନିମନ୍ତେ ଏକ ଡାକ୍ତରଖାନା ଗୃହ ନିର୍ମାଣ କାର୍ଯ୍ୟ ଚାଲୁଅଛି । ଯାହାକି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଅଞ୍ଚଳବାସୀ । ହେଲେ ଅନ୍ୟ ପକ୍ଷରେ ଏକ ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ ଡାକ୍ତରଖାନାର ଚତୁଃପାର୍ଶ ଆବଦ୍ଧ କରିବା ପାଇଁ ଲୋକେ ଯାତାୟତ କରୁଥିବା ରାସ୍ତାକୁ ଉଛେଦ କରି ପାଚେରୀ କାର୍ଯ୍ୟ ଆରମ୍ଭ କରାଯାଇଅଛି ଯାହା ଜୀବନ ଜୀବିକାକୁ ପ୍ରଭାବିତ କରିବା ସହ ଚାଷଜମି ଏବଂ ମୁଖ୍ୟ ରାସ୍ତାକୁ ଯାତାୟତ କରିବା ପାଇଁ ନାନା ପ୍ରକାର ସମସ୍ୟା ସୃଷ୍ଟି କରିବ । ଚାଷ ଜମିକୁ ଯିବା ଆସିବା ନ କରିପାରିଲେ ସମସ୍ତ ଜମି ପଡ଼ିଆ ପଡିଯିବ । ପଡିଆକୁ ଲାଗି ରହିଥିବା ଘରବାଡିରୁ ଲୋକମାନେ ବାହାରି ନପାରି ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବେ । ଯାହାକି ଆଗାମୀ ପୀଢିକୁ ପ୍ରଭାବିତ କରିବ । ଏଣୁ ମେଡିକାଲ ପାଇଁ ବ୍ୟବହୃତ ଥିବା ରାସ୍ତାର ଉଭୟ ପାର୍ଶ୍ବରେ ଗ୍ରାମବାସୀଙ୍କ ପାଇଁ ପଥପ୍ରାନ୍ତ ରାସ୍ତା ସହ ଫାଟକ ଏବଂ ପାଚେରୀର ଚତୁଃପାର୍ଶ୍ଵରେ ପ୍ରଶସ୍ତ ରାସ୍ତାର ନିର୍ମାଣ ପାଇଁ ସୁବ୍ୟବସ୍ଥା ସହ ବର୍ତ୍ତମାନ ଚାଲୁଥିବା ପାଚେରୀ କାମକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେବାପାଇଁ ଅନୁରୋଧ କରିଛନ୍ତି । ମାନବଧୀକାର କର୍ମୀ କ୍ଷିତିଶ ସାମନ୍ତ ବେହେରା ଙ୍କ ନେତୃତ୍ଵ ରେ ଅଞ୍ଚଳବାସୀ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଞ୍ଜୀବ ମଲ୍ଲିକ ଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ତେବେ ସାଂସଦ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିଶ୍ଚାଧିକାରୀ ଙ୍କ ସହ କଥା ହୋଇଛନ୍ତି ଓ ସମସ୍ୟା ର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷ ରେ ବିଧାୟକ ଜିଲ୍ଲାପାଳ ଙ୍କ ଆଲୋଚନା ସହ ଅଞ୍ଚଳବାସୀ ଙ୍କ ସମସ୍ୟା କିପରି ସମାଧାନ ହେବ ସେ ନେଇ ଖୁବ ଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe