ଭଦ୍ରକ: ସାଳନ୍ଦୀ ବହି ମେଳାରେ ସମ୍ବାଦ କୁଇଜ୍‌

Advertisment
ଭଦ୍ରକ: ସାଳନ୍ଦୀ ବହି ମେଳାରେ ସମ୍ବାଦ କୁଇଜ୍‌

ଭଦ୍ରକ: ସାଳନ୍ଦୀ ବହି ମେଳାର ଉଦ୍‌ଯାପନୀ ଦିବସରେ ଶୁକ୍ରବାର ‘ଆମ ଓଡ଼ିଶା -ସମ୍ବାଦ’ ପକ୍ଷରୁ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କୁଇଜ୍‌ ମାଷ୍ଟର ଅଭିଷେକ ନାୟକ ଓ କବି ରମେଶ ଚନ୍ଦ୍ର ସ୍ୱାଇଁ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ସଠିକ୍‌ ଉତ୍ତର ଦେଇଥିବା ୨୦ଜଣ ସଫଳ ପ୍ରତିଯୋଗୀଙ୍କୁ ବହି ମେଳା ପରିସରରେ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣୀ ସଭାରେ ପ୍ରଫେସର ଡ. ଶଶଧର ଦାସ, ପ୍ରଧ୍ୟାପକ ପବିତ୍ର ପାଣିଗ୍ରାହୀ, ରାଜ୍ୟ ସଂସ୍କୃତି ସଚିବ ତଥା ସାହିତ୍ୟିକ ବିଜୟ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ‘ସମ୍ବାଦ’ର ଜିଲ୍ଲା ପ୍ରତିନିଧି ଡ.ହରିହର ନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe