ଓଡ଼ିଆଙ୍କ ଆଶା ସଂଚାର କରୁଛନ୍ତି ସସ୍ମିତା: ମାଗଣାରେ ଚେସ୍‌ ଶିକ୍ଷା ଦେଉଛନ୍ତି

Advertisment
ଓଡ଼ିଆଙ୍କ ଆଶା ସଂଚାର କରୁଛନ୍ତି ସସ୍ମିତା: ମାଗଣାରେ ଚେସ୍‌ ଶିକ୍ଷା ଦେଉଛନ୍ତି

ରାଣୀତାଲ: ଓଡ଼ିଆ ଝିଅ ସସ୍ମିତା ମହାନ୍ତି। ରହୁଛନ୍ତି ଆମେରିକାର ଚାର୍ଲଟ ନର୍ଥ କରୋଲେନାରେ। ଦେହ ଅଛି ସିନା ଆମେରିକାରେ ହେଲେ ମନ ଓଡ଼ିଶାରେ। ଓଡ଼ିଶାର ପାଣି ପବନରେ ବଢ଼ିଥିବା ସସ୍ମିତା ୭ ବର୍ଷ ବୟସରେ ବାପାଙ୍କ ପ୍ରେରଣାରେ ଆରମ୍ଭ କରିଥିଲେ ଚେସ ଖେଳ। ଓଡ଼ିଶାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ନିଜର ପାରଦର୍ଶିତା ଦେଖାଇଥିବା ସସ୍ମିତା ୨୦୦୩ରେ ଏମସିଏ ପାଶ୍‌ ପରେ ହାଇଦ୍ରାବାଦରେ ଚାକିରି କରିଥିଲେ। ୨୦୦୪ରେ ବିବାହ କରି ନିଜର ସାଂସାରିକ ଜୀବନ ଆରମ୍ଭ କରିଥିଲେ।

୨୦୧୮ମସିହାରେ ନିଜ ସ୍ୱାମୀ ଓ ପୁଅ ସହ ଚାଲିଯାଇଥିଲେ ସୁଦୂର ଆମେରିକା। ହେଲେ ତାଙ୍କର ମନ ବୁଝିଲାନି। ଓଡ଼ିଆ ପିଲା ଚେସ୍‌ରେ ଦୁର୍ବଳ ଥିବାରୁ ସେମାନଙ୍କୁ ମାଗଣାରେ ଚେସ୍‌ ଶିଖାଇବା ପାଇଁ ନିଜର ଚାକିରି ଛାଡ଼ିଲେ। କରୋନା ସମୟରେ ଆମେରିକାର ବସବାସ କରୁଥିବା ୬୦ଜଣ ପିଲାଙ୍କୁ ନେଇ ଆରମ୍ଭ କଲେ ଏକ ଚେସ କ୍ଲାସ। ଓଡ଼ିଶା ସୋସାଇଟି ଅଫ୍‌ ଆମେରିକା ସମାଜ ତରଫରୁ ଏହି ପିଲାଙ୍କ ଠାରୁ ଆଦାୟ ହୋଇଥିବା ଅର୍ଥକୁ ଓଡ଼ିଶାକୁ ରିଲିଫ ପଠାଇଥିଲେ। ତାପରେ ଓଡ଼ିଆ ପିଲାମାନଙ୍କୁ ନେଇ ଅନ୍‌ଲାଇନରେ ଶିଖାଇଲେ ଚେସ ଖେଳ। ଚେସ୍‌ ଏପରି ଏକ ଖେଳ ଯାହା ପିଲାଙ୍କର ଏକାଗ୍ରତା, ସ୍ମୃତି ଶକ୍ତି, ଗଣନା ଆଦି ବଢାଇବା ସହ ଜଣେ ଶୃଙ୍ଖଳିତ ନାଗରିକ ହେବାରେ ସାହାଯ୍ୟ କରେ ବୋଲି କହନ୍ତି ସସ୍ମିତା।

ଓଡ଼ିଶାରେ ପିଲାମାନଙ୍କ ପାଇଁ ସେ ସୁଦୂର ଆମେରିକାରୁ କିଛି ଦିନ ପାଇଁ ଓଡ଼ିଶା ଆସି ପ୍ରତିଷ୍ଠା କଲେ ସ୍କାଏନୋଜର। ଏହି ସଂସ୍ଥା ଦ୍ୱାରା ସେ ମାଗଣାରେ ପିଲାଙ୍କୁ ଯୋଡ଼ିବାର ପ୍ରୟାସ କରିଛନ୍ତି। ଓଡ଼ିଶାର କୋଣ ଅନୁକୋଣରୁ ଶହ ଶହ ପିଲାଙ୍କୁ ଚେସ ମାଷ୍ଟର କରିବାର ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି, ସେଥିରେ ଓଡ଼ିଆ ସମ୍ବାଦପତ୍ର ସମ୍ବାଦ କର୍ଣ୍ଣଧାର ସାଜିବ ବୋଲି ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe