ଓଡ଼ିଶାର ୪ଟି ସ୍ଥାନରେ ନବନିର୍ମିତ ସତସଙ୍ଗ ବିହାରର ଶୁଭ ଉଦବୋଧନ

ଓଡ଼ିଶାର ୪ଟି ସ୍ଥାନରେ ନବନିର୍ମିତ ସତସଙ୍ଗ ବିହାରର ଶୁଭ ଉଦବୋଧନ

ଭୁବନେଶ୍ବର : ଓଡ଼ିଶାର ବିଭିନ୍ନ ସ୍ଥାନରେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୪ ଗୋଟି ମନ୍ଦିର ପ୍ରତିଷ୍ଠା ହୋଇଛି। ଭଦ୍ରକ ଜିଲ୍ଲାର ବାସୁଦେବପୁର, କେନ୍ଦ୍ରାପଡ଼ା ଜିଲ୍ଲାର ରାମନଗର, କନ୍ଧମାଳ ଜିଲ୍ଲାର ଫୁଲବାଣୀ ଏବଂ ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ସତସଙ୍ଗ ଶ୍ରୀମନ୍ଦିରର ଉଦଘାଟିତ ହୋଇଛି। ଗତ ୧୪ ଓ ୧୫ ତାରିଖରେ ’ସତସଙ୍ଗ’ର ଉପ-ପ୍ରଶାସକ ଡ଼.ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ(ପୂଜନୀୟ ବିଙ୍କିଦା’) ଓଡ଼ିଶା ପରିକ୍ରମାରେ ଆସି ଏହି ମନ୍ଦିରଗୁଡ଼ିକର ଶୁଭ ଉଦଘାଟନ କରିଛନ୍ତି। ପୂଜନୀୟ ବିଙ୍କିଦା’ ପ୍ରଥମ ଦିନରେ ବାସୁଦେବପୁର  ଓ ରାମନଗର ଶ୍ରୀମନ୍ଦିର ଉଦଘାଟନ କରିବା ସହ ସେଠାରେ ଶ୍ରୀବିଗ୍ରହ ପ୍ରତିଷ୍ଠା କରିଛନ୍ତି। ଏହା ପରଦିନ ସେ ଫୁଲବାଣୀ ଓ ବାଣପୁର ମନ୍ଦିରର ଉଦଘାଟନ କରିବା ସହ ଶ୍ରୀଶ୍ରୀଠାକୁର, ଶ୍ରୀଶ୍ରୀବଡ଼ମା, ଶ୍ରୀଶ୍ରୀବଡ଼ଦାଙ୍କ ବିଗ୍ରହ ପ୍ରତିଷ୍ଠା କରିଛନ୍ତି। ଏହି ସବୁ ଉଦଘାଟନ ସମାରୋହରେ ହଜାର ହଜାର ସତସଙ୍ଗୀ ଓ ସତସଙ୍ଗପ୍ରେମୀ  ଅଂଶଗ୍ରହଣ କରିଛନ୍ତି। ପୂଜନୀୟ ବିଙ୍କିଦା’ ଉପସ୍ଥିତ ଗୁରୁଭ୍ରାତା ଓ ମାତୃମଣ୍ଡଳୀଙ୍କୁ ଉଦବୋଧନ ଦେଇଥିଲେ।

publive-image

ପୂଜନୀୟ ବିଙ୍କିଦା’ ତାଙ୍କର ଆର୍ଶିବଚନରେ କହିଥିଲେ, ଯଦି ଜଣେ ନିଜର ପାରିପାର୍ଶ୍ବିକକୁ ପ୍ରଭାବିତ କରିପାରୁନାହିଁ, ତେବେ ଲାଭ କ’ଣ? ଏହା ସ୍ପଷ୍ଟ କରୁଛି କି ମୋର ଆଚରଣରେ କିଛି ତ୍ରୁଟି ରହିଯାଉଛି। ତେଣୁ ଆପଣମାନେ ଆଚରଣଶୀଳ ହୁଅନ୍ତୁ। ଠାକୁର ଯାହା କହିଛନ୍ତି ତାହାକୁ ଆଚରଣରେ ଫୁଟାନ୍ତୁ। ଠାକୁର କହିଥିବା କଥା, ଭାବିବା କିମ୍ବା ଆଲୋଚନା କରିବାର ଖୋରାକ ହେବା ଉଚିତ ନୁହେଁ। ଏହାକୁ ଅଭ୍ୟାସ କରି ସେଥିରୁ ଅନୁଭୂତି ସାଉଁଟିବା ଦରକାର। ନାମ-ଧ୍ୟାନ ସେଭଳି ଏକ କଥା। ଏହା ବିଷୟରେ ଗପସପ ନୁହେଁ, ଏହାକୁ ଅଭ୍ୟାସ କରି ସେଥିରୁ ଅନୁଭୂତି ପ୍ରାପ୍ତ କରିବାକୁ ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe