ବିଜେପିରେ ଯୋଗ ଦେ‌ଲେ ବିଜେଡି ରାଜ୍ୟ ସମ୍ପାଦକ ଅଜୟ ନାୟକ

Advertisment
ବିଜେପିରେ ଯୋଗ ଦେ‌ଲେ ବିଜେଡି ରାଜ୍ୟ ସମ୍ପାଦକ ଅଜୟ ନାୟକ

ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ଭାଇ ଅଜୟ ନାୟକ  ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବିଜେଡି ରାଜ୍ୟ ସମ୍ପାଦକ ଅଜୟ ନାୟକ ଚାନ୍ଦବାଲି ବିଧାୟକ ବ୍ୟାେମକେଶ ରାୟଙ୍କ ମାମୁଁ  ମଧ୍ୟ। ବିଧାୟକ ବ୍ୟାେମକେଶଙ୍କୁ ପୁଣି  ଟିକେଟ ଦିଆ ନଯାଉ ବୋଲି ଦଳର ସୁପ୍ରିମୋଙ୍କ ନିକଟରେ ଦାବି କରିଥିଲେ। ହେଲେ ତାଙ୍କ କଥାକୁ ବିଜେଡି ଗୁରୁତ୍ବ ନ ଦେବାରୁ ସେ ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଅଜୟ ନାୟକ। ଏହା ବିଜେଡି ଲାଗି ଶକ୍ତ ଧକ୍କା ବୋଲି ଭଦ୍ରକରେ ଚର୍ଚ୍ଚା ହେଉଛି।

ଏହି ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ବିଜେପି ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଧାମନଗର ବିଧାନସଭା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ, ଦଳର ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ, ମୁରଲୀ ଶର୍ମା, ଓ ବିଜେପି ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe