ଭଦ୍ରକ: ୭ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

Advertisment
ଭଦ୍ରକ: ୭ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ଭଦ୍ରକ: ଜିଲ୍ଲାପାଳ ଜ୍ଞାନ ଦାସ ବୁଧବାର ବିଭିନ୍ନ ବ୍ଲକର ୭ଜଣ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଇନ୍ଦିରା ଗାନ୍ଧି ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡ଼ିଆ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀଙ୍କୁ ଆଶାନୁରୁପେ ଘର ପ୍ରଦାନ କରାଯାଇ ନଥିବାରୁ ଏହି ୭ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ନିକଟରେ ହୋଇଥିବା ନିକଟରେ ହୋଇଥିବା ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକରେ ଜଣାପଡ଼ିଥିଲା ଯେ, ଜିଲ୍ଲାରେ ସରକାରଙ୍କ ଯୋଜନାକୁ ସଫଳ ରୂପ ଦିଆଯାଇ ପାରି ନାହିଁ।

ଜିଲ୍ଳାପାଳ ଦାସ ଭଦ୍ରକ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁରବିନ୍ଧା ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ) ବିଶ୍ୱନାଥ ମହାରଣା, ଭଣ୍ଡାରିପୋଖରୀ ବ୍ଲକର ଇଓ ସୋଲମପୁର ପଞ୍ଚାୟତର ଇଓ ପ୍ରକାଶ ନାୟକ, ବାସୁଦେବପୁର ବ୍ଲକର ଜଗନ୍ନାଥପ୍ରସାଦ ଗ୍ରାମପଞ୍ଚାୟତର ଇଓ ଜଗନ୍ନାଥ ଦାସଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ବନ୍ତ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଇଓ ପୂର୍ଣ୍ଣଚନ୍ଦ୍ର ସାହୁ, ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂନିଭୂତି ଗ୍ରାମପଞ୍ଚାୟତର ଇଓ ଅଜୟ କୁମାର ବଳ, ଧାମନଗର ବ୍ଲକର ଦବୋଦା ଗ୍ରାମପଞ୍ଚାୟତର ଇଓ ଆଦିତ୍ୟ କୁମାର କହଁର ଓ ତିହିଡ଼ି ବ୍ଲକ ଦୌଲତପୁର ଗ୍ରାମପଞ୍ଚାୟତର ଇଓ ନଳିନୀକାନ୍ତ ଦାସ ନିଲମ୍ବନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe