ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ବିରୋଧରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ

Advertisment
ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ବିରୋଧରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ

ଜଗତ୍‌ସିଂହପୁର/କେନ୍ଦୁଝର/ ଭଦ୍ରକ: ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ଆରମ୍ଭ ହୋଇଛି। ବିଭିନ୍ନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଧାନ ରଖି ବିକ୍ଷୋଭ କରୁଛନ୍ତି।

publive-image

ଜଗତସିଂହପୁର ଜିଲ୍ଲାରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଧାନ ଢାଳି ବିକ୍ଷୋଭ ଓ ଘେରାଉ କରାଯାଇଛି। ଆଜି ସକାଳୁ ସଂଗଠନର ଚାଷୀମାନେ ଅଚାନକ ଭାବରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ପହଞ୍ଚି ଘେରାଉ କରିଛନ୍ତି । ଚଳିତବର୍ଷ ଜିଲ୍ଳାର ବିଭିନ୍ନ ସ୍ଥାନରେ ୧୨୫ରୁ ଅଧିକ ଧାନ ମଣ୍ଡି ଖୋଲି ଥିଲେ ମଧ୍ୟ ଏହି ମଣ୍ଡିରେ ମିଲରମାନେ କ୍ୟୁଣ୍ଟାଲ ପିଛା ୧୦ କିଲୋ ଧାନ କାଟି ରଖିବାକୁ ନେଇ ପ୍ରତିବାଦ କରିବା ସହ ବଳକା ଧାନ ବିକ୍ରି ଓ ଅନିୟମିତତା ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

publive-image

ସେହିପରି କେନ୍ଦୁଝର ଜିଲ୍ଲାରେ ବି ଚାଷୀମ‌ାନେ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି। କଟନି ଛଟନି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦୁଝରରେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି।

publive-image

କେବଳ ଜଗତ୍‌ସିଂହପୁର କି କେନ୍ଦୁଝର ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଳାରେ ଏହି ପ୍ରତିବାଦ ହୋଇଥିବା ବେଳେ ‌ଭଦ୍ରକର ଚାଷୀମାନେ ବି ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲାରେ ମିଲରଙ୍କ ମନମାନିରେ ଧାନ କିଣା ଚାଲିଛି ବୋଲି ଅଭିଯୋଗ ହୋଇଛି। ପ୍ରତି କୁଇଣ୍ଟାଲ୍‌ ଉପରେ ୧୦ କିଲୋ ଧାନ କଟା ଯାଉଛି। ଆର୍ଦ୍ରତା କଥା କହି ୧୦ କିଲୋ ଧାନ କାଟୁଛନ୍ତି ମିଲର। ମଣ୍ଡିରୁ ଧାନ ଉଠୁ ନାହିଁ। ଶେଷରେ ଆଜି ବାଧ୍ୟ ହୋଇ ଚାଷୀ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରେ ପଶି ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି। ଧାନର କଟନି ଛଟନି ବନ୍ଦ ନ କରିବା ପାଇଁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe