ଟ୍ରକ୍‌ ଟିପର ମାଲିକ ସଂଘର ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତୀକ ଅନଶନ

ଟ୍ରକ୍‌ ଟିପର ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତୀକ ଅନଶନ କରାଯିବା ସହ ଦାବି ପୁରଣ ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରଯିଛି। ଏହି ପ୍ରତିକ ଅନଶନ ସଭାର ସଭାପତିତ୍ଵ କରିଥଲେ ଭଦ୍ରକ ଜିଲ୍ଲା ଟିପର...

IMG-20251006-WA0005

ଭଦ୍ରକ: ଟ୍ରକ୍‌ ଟିପର ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତୀକ ଅନଶନ କରାଯିବା ସହ ଦାବି ପୁରଣ ପାଇଁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରଯିଛି। ଏହି ପ୍ରତିକ ଅନଶନ ସଭାର ସଭାପତିତ୍ଵ କରିଥଲେ ଭଦ୍ରକ ଜିଲ୍ଲା ଟିପର ଡମ୍ପର ମାଲିକ ସଂଘର ବରିଷ୍ଠ ସଦସ୍ୟ ଅଶୋକ ପରିଜା, ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର,ସାଧାରଣ ସମ୍ପାଦକ ଜ୍ୟୋତି ପ୍ରକାଶ ମହାନ୍ତି, ଉପସଭାପତି ପ୍ରଫୁଲ୍ଲ ପୁଷ୍ଟି, ଓ ସଦସ୍ୟ, ରଜତ ପତି, ଚନ୍ଦନ ନାୟକ, ସୌମ୍ୟ ରଞ୍ଜନ ବାରିକ, ରଥିଆ ବାରିକ, ଅଶୋକ ବାରିକ, ବଳରାମ ପରିଡ଼ା, ତାଳଧ୍ଵଜ ବେହେରା, ଲକ୍ଷ୍ମୀକାନ୍ତ ବାରିକ, ଗୁରୁପଦ ସାହୁ, ଅଜୟ ବାରିକ, ପ୍ରେମାନନ୍ଦ ନାୟକ, ମହାପ୍ରସାଦ ସାହୁ, ପ୍ରଶାନ୍ତ ସାହୁ, ଶେଖ୍ ରେଜଉଲ୍ ମୁସ୍ତାଫା ପ୍ରମୁଖ ଉପସ୍ଥିତ ଥିଲେ। ଧାମରା ପୋର୍ଟ କମ୍ପାନୀରେ କିଛି ସ୍ଥାନୀୟ ଟ୍ରକ ମାଲିକଙ୍କର ଟ୍ରକ୍ ଲାଗି ଥିବା ବେଳେ ଜିଲ୍ଲାର ଅନ୍ୟ ଟ୍ରକ୍ ମାଲିକମାନେ ହାତ ବାନ୍ଧି ବସିଛନ୍ତି।

ଜିଲ୍ଲାର ନୟ ଟ୍ରକ୍ ମାଲିକ ମାନଙ୍କୁ ଏଠାରେ ସେମାନଙ୍କର ଟ୍ରକ୍ ଲଗାଇବା ପାଇଁ ସୁଯୋଗ ଦିଆଯାଉ ବୋଲି ଭଦ୍ରକ ଜିଲ୍ଲା ଟ୍ରକ୍ ଓ ଟିପର ମାଲିକ ସଂଘ ପକ୍ଷରୁ ଏହି ପ୍ରତୀକ ଧାରଣା ଓ ଅନଶନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ସେମାନଙ୍କ ଦାବି  ନଶୁଣିଲେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷ ରୁ ଚେତାବନୀ ଦିଆ ଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe