Sugarcane: ହେଉଥିଲା ହଜାରେ ଏକର ଆଖୁ ଚାଷ, ଏବେ ୨୫୦ରେ ସୀମିତ

Advertisment

ଦିନ ଥିଲା ଭଦ୍ରକ ଜିଲ୍ଲାର ଆଖୁଚାଷ ପାଇଁ ଧାମନଗର ବେଶ ପ୍ରସିଦ୍ଧ ଅର୍ଜନ କରିଥିବା। ଆଖିଚାଷ ଅଧିକ ପରିମାଣରେ ଲୋକ ଚାଷ କରିଥିବା ବେଳେ ୯୦ ଦଶକ ପୂର୍ବରୁ ଆସୁରାଲିରେ ଏକ ପାରମ୍ପାରିକ ଚିନକଳ ଥିଲା।

ଦିନ ଥିଲା ଭଦ୍ରକ ଜିଲ୍ଲାର ଆଖୁଚାଷ ପାଇଁ ଧାମନଗର ବେଶ ପ୍ରସିଦ୍ଧ ଅର୍ଜନ କରିଥିବା। ଆଖିଚାଷ ଅଧିକ ପରିମାଣରେ ଲୋକ ଚାଷ କରିଥିବା ବେଳେ ୯୦ ଦଶକ ପୂର୍ବରୁ ଆସୁରାଲିରେ ଏକ ପାରମ୍ପାରିକ ଚିନକଳ ଥିଲା।

Sugarcane

ଭଦ୍ରକ/ଧାମନଗର(ହରିହର ନାୟକ): ଦିନ ଥିଲା ଭଦ୍ରକ ଜିଲ୍ଲାର ଆଖୁଚାଷ ପାଇଁ ଧାମନଗର ବେଶ ପ୍ରସିଦ୍ଧି ଅର୍ଜନ କରିଥିବା। ଆଖିଚାଷ ଅଧିକ ପରିମାଣରେ ଲୋକ ଚାଷ କରିଥିବା ବେଳେ ୯୦ ଦଶକ ପୂର୍ବରୁ ଆସୁରାଲିରେ ଏକ ପାରମ୍ପାରିକ ଚିନକଳ ଥିଲା। ଏହି ଚିନିକଳରେ ଆଖୁରୁ ଚିନି ପ୍ରସ୍ତୁତ କରାଯାଉଥିଲା। ସେହିପରି ଆସୁରାଲିରେ ପାରମ୍ପରିକ ଘଣା ବସା ଯାଇ ବଳଦ ମାଧ୍ୟମରେ ଘଣାରେ। ଆଖୁକୁ ପେଡ଼ି ସେଥିରୁ ଗୁଡ଼ ପ୍ରସ୍ତୁତ କରାଯାଉଥିଲା। ଏବେ ବଳଦ ଦ୍ଵାରା ଆଉ ଘଣା ଚାଲୁ ନାହିଁ। ପାରମ୍ପରିକ ଘଣାରେ ଆଖୁ ପେଡ଼ା ଯାଇ ଗୁଡ଼ ପ୍ରସ୍ତୁତ କରାଯାଉଛି। ଦିନ ଥିଲା ନୟାଗଡ଼ ଗୁଡ଼ ଭଳି ଅସୁରାଲି ଗୁଡ଼ର ବହୁ ଚାହିଦା ରହିଥିଲା। ଏବେ ବି ଓଡ଼ିଶା ବଜାରରେ ଆଦୁରାଲି ଗୁଡ଼ର ସ୍ଵତନ୍ତ୍ର ଚାହିଦା ରହିଛି। କଳାଗୁଡ଼ର କୁଇଣ୍ଟାଲ ପ୍ରତି ଦାମ ୫ ହଜାର ୫୦୦ ଟଙ୍କା ମୂଲ୍ୟ ରହିଥିବା ବେକେ ଧଳାଗୁଡ଼ର କୁଇଁଣ୍ଟାଲ ପ୍ରତି ମୂଲ୍ୟ ୬ ହଜାର ଟଙ୍କା ରହିଛି। ଆଖୁ ଚାଷ ପ୍ରତି ଚାଷୀଙ୍କର ଆଗ୍ରହ ଥିଲେ ମଧ୍ୟ ଆଖୁ ଚାଷ ପାଇଁ ଜଳାଭାବ ଯୋଗୁଁ ଏହି ଅଞ୍ଚଳରେ ଏବେ ଆଖୁ ଚାଷ ଜମି କମି ଯାଉଛି। 

ପୂର୍ବରୁ ଧାମନଗର ବ୍ଲକରେ ୨ ହଜାର ଏକରରୁ ଅଧିକ ଜମିରେ ଆଖୁ ଚାଷ ହେଉଥିଲା। ଏହା କମିକମି ଏବେ ୨୫୦ ଏକରରେ ସୀମିତ ରହିଛି। ଚଳିତ ବର୍ଷ ଧମନଗର ବ୍ଲକର ଜୟୀନଗରରେ ୫୦ ଏକର ଜମିରେ ଆଖୁ ଚାଷ ହୋଇଥିବା ବେକେ କୂଳିଆ ଗଡ଼ିଆରେ ୧୦ ଏକର, ଭଣ୍ଡାରିପଡ଼ାରେ ୧୦ ଏକର, କାଙ୍କରାରେ ୨୦ ଏକର, ଭଗବାନପୁରରେ ୧୦ ଏକର, ଇଛଦାରେ ୧୩ ଏକର, ଅସୁରଲି ସଦରରେ ୨୦ ଏକର, କାଙ୍କୁଡି ଗାଡିଆ ୨୦ ଏକର, ମାଙ୍କିଡିଆରେ ୫ ଏକର, କୋଠାର ରେ ୫ ଏକର, କାସିମ୍ ପୁର ରେ  ୨୦ ଏକର, ଧୁସୁରି ୧୦ ଏକର, ଶ୍ରୀଗଙ୍ଗା ରେ ୧୫ ଏକର, ଜାହାଙ୍ଗୀର ରେ ୧୭ ଏକର , ଗୋବିନ୍ଦା ଗାଡିଆ ରେ ୧୦ ଏକର ଜମିରେ ଆଖୁ ଚାଷ ହୋଇଛି।

ଆଖୁ ଚାଷ ପ୍ରତି ଅନାଗ୍ରହ

ଧାନ ଠାରୁ ଆଖୁ ଅଧିକ ଲାଭ ଦେଉଥିବା ବେକେ ଲୋକେ ଏହି ଅଞ୍ଚଳରେ ଆଖୁ ଚାଷ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରୁଥିବା ବେଳେ ଆଖୁ ଚାଷୀଙ୍କ ପ୍ରତି କୃଷି ବିଭାଗର ସହଯୋଗ ନାହିଁ। ପ୍ରଥମତଃ ଏହି ଅଞ୍ଚଳରେ ଆଖୁ ଚାଷୀଙ୍କ ଜମିକୁ ଆବଶ୍ୟକ ଜଳ ଯୋଗାଣ କରାଯାଉ ନଥିବା ବେକେ ଆଖୁ ଚାଷ ଭଲ ଅମଳ ଦେଉ ନାହିଁ। ଯେଉଁ ପରିମାଣରେ ଜଳର ଆବଶ୍ୟକତା ଆଖୁ ଚାଷ ପାଇଁ ଆବଶ୍ୟକ ପଡୁଛି ଜଳସେଚନ ବିଭାଗ ଓ ଉଠା ଜଳ ସେଚନ ବିଭାଗ ସେହି ଅନୁପାତରେ ଜଳ ଯୋଗାଣ କରି ପତୁ ନାହାଁନ୍ତି। ଯାହା  ଫଳରେ ଧାମନଗର ବ୍ଲକରେ ଆଖୁ ଚାଷ ଦିନକୁ ଦିନ ଉଜୁଡ଼ି ଯିବାକୁ ବସିଛି। 

ଆହୁରି ପଢ଼ନ୍ତୁ: Maoists Surrender: ମୁଖ୍ୟସ୍ରୋତକୁ ଫେରିଲେ ୬୩ ଜଣ ମାଓବାଦୀ

ଚାଷୀଙ୍କ ଅଭିଯୋଗ

ଆଖୁର ମୂଲ୍ୟ ବୃଦ୍ଧି ହେଉ ନଥିବା ବେକେ ଚାଷୀ ଯାହା ଖର୍ଚ୍ଚ କରୁଛି ତାର ବଜାର ମୂଲ୍ୟ ତାକୁ ଠିକ ଭାବରେ ଦିଆଯାଉ ନାହିଁ। ଲୋକେ ପାରମ୍ପରିକ ଆଖୁ ଚାଷକୁ ତାଡି ପାରୁ ନଥିବା ବେକେ ପାରମ୍ପରିକ ଗୁଡ଼ ପ୍ରସ୍ତୁତ କରି ଏବେ ମଧ୍ୟ ଏଇ ଅଞ୍ଚଳର ସୁନାମ ନଯାଇ ରଖିଛନ୍ତି। ୯୦ ଦଶକ ପୂର୍ବରୁ ଧାମନଗର ନଲୋକରେ ଅଧିକାଂଶ  ଚାଷୀଙ୍କର ପ୍ରଥମ ପସନ୍ଦ ଥିଲା ଆଖୁ ଚାଷ। ଏବେ ଲୋକେ ଆଖୁ ଚାଷ ଆଡୁ ମୁଁହ ଫେରାଇ ଥିବା ବେଳେ ଧାନ ଚାଷ ପ୍ରତି ଅଧିକ ଆକୃଷ୍ଟ ହୋଇଛନ୍ତି। ଥାଳି ଏହି ଅଞ୍ଚଳର ଅନେକ ଲୋକ ଦେମଙ୍କର ପାରମ୍ପରିକ ଆଖୁ ଚାଷ କୁ ଛାଡ଼ି ପାରି ନାହାନ୍ତି । ଧାମନଗର ଅଞ୍ଚଳର ଆଖୁ ଚାଷୀ ପ୍ରଭାକର ଖଟୁଆ କହନ୍ତି, ଆଖୁ ଚାଷ ପାଇଁ ଆମର ଆଗ୍ରହ କମିବା ପଛରେ ମୂଳ କାରଣ ହେଉଛି ସରକାରଙ୍କର ଆଖୁ ଚାଷୀଙ୍କ ପ୍ରତି ପ୍ରୋତ୍ସାହନ ନାହିଁ। ଆଖୁର ମୂଲ୍ୟ ବୃଦ୍ଧି ହେଉନି କି ବଜାର ବ୍ୟବସ୍ଥା  ଠିକ ନାହିଁ। ଚିନି କଲ ନଥିବାରୁ ଆଖୁ ଚାଷୀ ଭାଷା ଆଡୁ ମୁଁହ ଫେରାଇଛି। ସେହିପରି ୯୦ ଦଶକରେ ଧରଣୀ ଶୁଗର ଧାମନଗର ଛକରେ ଚିନିକଳ କରିବା ବୋଲି କହି ଆଉ ଚିନି କଲ କଳା ନାହିଁ। ସେହି ଜମି ଏବେ ମଧ୍ୟ ସେମିତି ପଡ଼ିଆ ପଡ଼ିଛି। ଚିନିକଳ ନହେବା ପରେ ଅନେକ ଚାଷୀ ଏହି ଚାଷ ଆଡୁ ମୁଁହ ଫେରାଇ ନେଇଛନ୍ତି। ସେହିପରି ଜଳସେଚନର ସୁବିଧା ନଥିବାରୁ ଆଖୁ ଖେତ ଉପଯୁକ୍ତ ଭାବରେ ବଢ଼ି ପାରୁ ନାହିଁ। ଯାହାଦ୍ବାରା ଚାଷ କରି ଚାଷୀ ଅଧିକ ଲାଭ ପାଇ ନାହିଁ। ତେଣୁ ଏହି ଚାଷରୁ ଲୋକେ ମୁହିଁ ଫେରାଇ ନେଉଛନ୍ତି।

ଆହୁରି ପଢ଼ନ୍ତୁ: Illegals Smuggling: କଳାହାଣ୍ଡିରୁ ଚାଲାଣ ହେଉଥିଲା କଇଁଛ, ନବରଂଗପୁରରୁ ଜବତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe