ଶପଥ ଗ୍ରହଣ କଲେ ନବ ନିର୍ବାଚିତ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ

Advertisment
ଶପଥ ଗ୍ରହଣ କଲେ ନବ ନିର୍ବାଚିତ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ

ଭଦ୍ରକ: ଧାମନଗର ଉପନିର୍ବାଚନରେ ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କର ବିଜୟ ହେବା ପରେ ଆଜି ସେ ବିଧାନସଭାରେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କର ଶପଥ ପାଠ କରାଇଛନ୍ତି। ସୂର୍ଯ୍ୟବଂଶୀ ବାଚସ୍ପତିଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି। ବାଚସ୍ପତି ଆରୁଖ ଉପହାର ସ୍ବରୁପ ତାଙ୍କୁ ଏକ ଗାନ୍ଧୀ ମୂର୍ତ୍ତି ପ୍ରଦାନ କରିଛନ୍ତି।

ପୂର୍ବରୁ ସୂର୍ଯ୍ୟବଂଶୀଙ୍କୁ ବିଜେପି କାର୍ଯ୍ୟାଳ‌ୟରେ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ତାଙ୍କୁ ଭିଡିଓ କନ୍‌ଫରେନ୍ସିଂ ଜରିଆ‌ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ବରିଷ୍ଠ ନେତା ଜୁଏଲ ଓରାମ, କେଭି ସିଂ ଦେଓ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ପ୍ରଭାରୀ ଡି ପୂରନ୍ଦେଶ୍ବରୀ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ।।

publive-image

ନିର୍ବାଚନରେ ଜିତିବା ପରେ ସେ କହିଥିଲେ, ‘ମୁଁ ଭୋଟ ମାଗୁ ନଥିଲି କି ବିଜୟ ପାଇଁ ନିର୍ବାଚନକୁ ଓହ୍ଲାଇ ନଥିଲି। ମୁଁ ମୋ ବାପାଙ୍କର ବିଶାଳ ପରିବାରର ସେବା କରିବା ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲି। ନିର୍ବାଚନ ପ୍ରଚାରରେ ମୁଁ କେବଳ ଆପଣଙ୍କର ଆଶୀର୍ବାଦ ମାଗିଥିଲି। ଆଉ ଆପଣମାନେ ମୋ ବାପାଙ୍କୁ ଯେଉଁ ଭଲପାଇବା ଦେଇଥିଲେ, ତାଙ୍କ ଅବର୍ତ୍ତମ‌ାନରେ ମୋତେ ସେଇ ଭଲପାଇବା ଦେଇ ଆଶୀର୍ବାଦ କରିଛନ୍ତି। ଏ ବିଜୟ ମୋର ନୁହେଁ, ଏ ବିଜୟ ସମଗ୍ର ଧାମନଗରବାସୀଙ୍କର। ତେଣୁ ଧାମନଗରବାସୀଙ୍କୁ ମୋର କୃତଜ୍ଞତା ଜଣାଉଛି।’ ଏଥିସହିତ, ‘ମୁଁ ବିଧାୟକ ନୁହେଁ, ମୁଁ ଜଣେ ସେବକ’ ବୋଲି ସୂର୍ଯ୍ୟବଂଶୀ ନିଜ ପ୍ରତିକ୍ରିୟାରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe