ଭଦ୍ରକ (ହରିହର ନାୟକ): ନୂଆବର୍ଷରେ ଭଦ୍ରକ ସହରରେ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ଦୋକାନୀଙ୍କୁ ଲଗାତାର ଭାବରେ ସଂଘବଦ୍ଧ ହୋଇ ଆକ୍ରମଣ ଅଭିଯୋଗରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ୍ କରିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ସହରର ଅପର୍ତ୍ତୀବିନ୍ଧା ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏହି ଘଟଣା ଘଟିବା ପରେ ଘଟଣାସ୍ଥଳରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଅତିରିକ୍ତ ଏସପି ଅଂଶୁମାନ ଦ୍ବିବେଦୀ, ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ ସିଂ ଖୁଣ୍ଟିଆ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀ ସହ ଆଲୋଚନା କରିଥିଲେ। ଅଭିଯୁକ୍ତଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକରୁ ଲୋକମାନେ ଉଠିଥିଲେ। 

Advertisment

ଘଟଣାରୁ ପ୍ରକାଶ ଯେ, ଭଦ୍ରକ ସହରର ଅପର୍ତ୍ତ୍ତିବିନ୍ଧା ଛକ ନିକଟ ରେ ଗତକାଲି ରାତିରେ  ଜଣେ ଦୋକାନୀଙ୍କୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀରେ କିଛି ଦୋକାନୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏକ ଭୁଜାଲିରେ ସଂପୃକ୍ତ ଦୋକାନୀଙ୍କ କାନ ମୂଳକୁ କାଟି ଦେଇଥିଲେ। ଦୋକାନୀ ଜଣଙ୍କ ଗୁରୁତର ହେବାରୁ ତାଙ୍କୁ ଭଦ୍ରକ  ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ପୁଣି  ଆହତ  ଦୋକାନୀଙ୍କ ସମ୍ପର୍କୀୟଙ୍କୁ ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀରେ ଦୋକାନୀମାନେ ଆକ୍ରମଣ କରିଥିଲେ। କେତେକ ଦୋକାନ ମଧ୍ୟ ଭଙ୍ଗାରୁଜା କରିଥିଲେ। ଭଦ୍ରକ ସହର ଭିତରେ ଏକ ନିର୍ଦ୍ଦିଷ୍ଟ। ଗୋଷ୍ଠୀର କିଛି ଦୋକାନୀ ଯୁବକ ଏଭଳି ଆତଙ୍କରାଜ ସୃଷ୍ଠି କରିବା। ଦିକନୀକୁ ମାଡ଼ ମାରିବା, ଆକ୍ରମଣ କରିବା ଘଟଣାକୁ ନେଇ ଆଜି ଦିନ ତମାମ ଭଦ୍ରକ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଭଳି ଘଟଣାକୁ  ସ୍ଥାନୀୟ ଲୋକ ଓ ବିଭିନ୍ନ ସଂଗଠନ ପକ୍ଷରୁ  ରାସ୍ତାରୋକ କରିବା ସହ  ଉଠାଦୋକାନୀଙ୍କୁ ଭଦ୍ରକ ସହର ଭିତରେ ରାସ୍ତା ଉପରେ ନ ବସାଇ ଦେବାକୁ ଦାବି କରିଥିଲେ। ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଭଦ୍ରକ ଟାଉନ୍ ଥାନା ଅଧିକାରୀ  ପ୍ରୟଂଶ ମିଶ୍ରଙ୍କ ସମେତ  ଅତିରିକ୍ତ ଏସପି  ଅଂଶୁମାନ  ଦ୍ବିବେଦୀ  ଘଟଣା ସ୍ଥାନରେ ପହଞ୍ଚି ଆଲୋଚନା ଲୋକଙ୍କ ସହ ଆଲୋଚନା କରିଥିଲେ।

ଯୁବକକୁ ଉଠାଇ ଆଣିଲା ପୁଲିସ

ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରାଯାଇଥିବା ବେକେ ଭଦ୍ରକ ଟାଉନ୍ ଥାନାରେ ଆକ୍ରମଣକାରୀ ଜଣେ ଯୁବକକୁ ପୁଲିସ ଉଠାଇ ଆଣି ଟାଉନ୍ ଥାନାରେ ଅଟକ ରଖିଛି। ଆସନ୍ତାକାଲି ସଂପୃକ୍ତ ଯୁବକଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ଘଟଣାସ୍ଥାନରେ ଅଧିକ ଉତ୍ତେଜନା ହେବାରୁ ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପହଞ୍ଚିଥିଲେ। ଅତିରିକ୍ତ ଏସପି ଓ ତହସିଲଦାରଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଭଦ୍ରକ ସହରରେ ଉଠାଦୋକାନୀଙ୍କୁ ଉଚ୍ଛେଦ ଖୁବ୍ ଶୀଘ୍ର ଉଚ୍ଛେଦ କରାଯିବ,  ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି ପ୍ରତିଶ୍ରୁତି ଦେଇ ଥିଲେ। 

ଆହୁରି ପଢ଼ନ୍ତୁ: Teheran : ଇରାନରେ ହିଂସାତ୍ମକ ବିଦ୍ରୋହ, ସଡ଼କରେ ଗୁଳିବିନିମୟ

କାହାର ଧମକକୁ ଗ୍ରହଣ କରାଯିବ ନାହିଁ

ଭଦ୍ରକ ସହରରେ ବିଶୃଙ୍ଖଳା ନକରିବା ପାଇଁ ବିଧାୟକ ନିବେଦନ କରିବା ସହ ରାସ୍ତା ଉପରୁ ଥିଲା ଗାଡି ଦୋକାନୀ, ଟ୍ରଲ୍ ବେପାରୀ ଓ ସେମାନଙ୍କର ବେଆଇନ ଦୋକାନ ଗୁଡ଼ିକୁ ଉଠା ଯାଇଥିଲା। ଭଦ୍ରକରେ କୌଣସି ପରିସ୍ଥିତିରେ କାହାର ଧମକକୁ ଗ୍ରହଣ କରାଯିବ ନାହିଁ। ଆଇନକୁ ଯିଏ ହାତକୁ ନେବ। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ ଶ୍ରୀ ମହାପାତ୍ର କହିଥିଲେ। କିଛି ବ୍ୟବସାୟୀ ଭଦ୍ରକ ସହରକୁ ଜବରଦଖଲ କରିବାକୁ ଯୋଜନା କରୁଛନ୍ତି। ଜବର ଦଖଲ କରି ସହରକୁ ସଙ୍କୁଚିତ କରିବାକୁ ଆଉ ଦିଆଯିବ ନାହିଁ ବୋଲି ବିଧାୟକ ପ୍ରକାଶ କରିଥିଲେ। ବିଧାୟକଙ୍କ ପ୍ରତିଶ୍ରୁତି ପରେ ଲୋକେ ଆନ୍ଦୋଳନରୁ ଓହରି ଯାଇଥିଲେ।

ଆହୁରି ପଢ଼ନ୍ତୁ: New Year Pictures: ବର୍ଷ ବଦଳିଲେ ବଦଳେ କି ଭାଗ୍ୟ ? ଖଟିଖିଆଙ୍କ ପାଇଁ ନୂଆବର୍ଷ ବୋଲି କିଛି ନାହିଁ…