ଭଦ୍ରକର ସନ୍ଥିଆ ମଦନମୋହନ ମନ୍ଦିରରୁ ଚୋରି

Advertisment
ଭଦ୍ରକର ସନ୍ଥିଆ ମଦନମୋହନ ମନ୍ଦିରରୁ ଚୋରି

ଭଦ୍ରକ: ମନ୍ଦିରକୁ ବି ଛାଡ଼ିଲେନି ଚୋର। ଗତକାଲି ବିଳମ୍ବିତ ରାତିରେ ଭଦ୍ରକର ସନ୍ଥିଆସ୍ଥିତ ମଦନମୋହନ ମନ୍ଦିର ଓ ଗୋବିନ୍ଦଜୀଉ ମନ୍ଦିରରୁ ଚୋରି ହୋଇଛି। ଦୁଇଟି ମନ୍ଦିରର ତାଲା ଭାଙ୍ଗି ଚୋରମାନେ ମନ୍ଦିରର ହୁଣ୍ଡି ଵାକ୍ସ ନେଇଯାଇ ଦୂରରେ ଥିବା ଵିଲରେ ପକାଇଛନ୍ତି। ସଵୁ ବେଳେ ଚଳଚଞ୍ଚଳ ଥିବା ମନ୍ଦିର ଗତକାଲି ରାତିରେ ଏଭଳି ଘଟଣା ଘଟିଛି। ସକାଳୁ ସ୍ଥାନୀୟ ଲୋକମାନେ ମନ୍ଦିରରୁ ଚୋରି ହୋଇଥିବା ଦେଖି ଭଦ୍ରକ ଟାଉନ୍ ପୁଲିସକୁ ଖବର ଦେଇଥିଲେ।

ଟାଉନ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଠାକୁରଙ୍କର ବିଭିନ୍ନ ପୂଜା ସାମଗ୍ରୀ ଓ ହୁଣ୍ଡିରେ ଥିବା ଟଙ୍କା ଚୋରି ହୋଇଥିବା ବେଳେ ପୁଲିସ ତଦନ୍ତ ଶେଷ ହେଲେ ଆଉ କଣ ସବୁ ଚୋରି ହୋଇଛି ସେ ବିଷୟରେ ଜଣା ପଡ଼ିବ ବୋଲି ମନ୍ଦିର କମିଟି ଓ ପୁଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଏଇ ମନ୍ଦିର ଚୋରି ଘଟଣାରେ ଡ୍ରଗସ ମାଫିଆଙ୍କ ହାତ ଥାଇପାରେ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe