ଭଦ୍ରକ କୋର୍ଟ ଓ ଡାକ୍ତରଖାନାକୁ ଯିବାକୁ ରାସ୍ତା ନାହିଁ

Advertisment

ଗତକାଲିଠାରୁ ଭଦ୍ରକର  ନୂଆ ବଜାର ସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ସହର ଉପକଣ୍ଠରେ ଥିବା ଗେଲପୁର ମୌଜାକୁ ସ୍ଥାନାନ୍ତର କରାଯାଇଛି । ଆଜିଠାରୁ ଗେଲପୁର ନୂଆ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଦେଖା ଆରମ୍ଭ ହୋଇଯାଇଛି।

ଗତକାଲିଠାରୁ ଭଦ୍ରକର  ନୂଆ ବଜାର ସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ସହର ଉପକଣ୍ଠରେ ଥିବା ଗେଲପୁର ମୌଜାକୁ ସ୍ଥାନାନ୍ତର କରାଯାଇଛି । ଆଜିଠାରୁ ଗେଲପୁର ନୂଆ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଦେଖା ଆରମ୍ଭ ହୋଇଯାଇଛି।

Untitled

ଭଦ୍ରକ: ଗତକାଲିଠାରୁ ଭଦ୍ରକର  ନୂଆ ବଜାର ସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ସହର ଉପକଣ୍ଠରେ ଥିବା ଗେଲପୁର ମୌଜାକୁ ସ୍ଥାନାନ୍ତର କରାଯାଇଛି । ଆଜିଠାରୁ ଗେଲପୁର ନୂଆ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଦେଖା ଆରମ୍ଭ ହୋଇଯାଇଛି। ଏଠାରେ ଗତ ୨ ବର୍ଷ ହେଲା ମହିଳା ଓ ଶିଶୁ ୱାର୍ଡ କାର୍ଯ୍ୟକାରୀ ହୋଇ ଥିଲା। ଆଜି ଠାରୁ ଏହି ଚିକିତ୍ସାଳୟ ପୂର୍ଣ୍ଣ କାର୍ଯ୍ୟକାରୀ ହୋଇଥିବା ନେଇ  ସି ଡି ଏମ ଓ ଡାକ୍ତର ସୁଧୀର ରଞ୍ଜନ ନାୟକ କହିଛନ୍ତି। ଆଜି ଠାରୁ ରୋଗୀ ଦେଖା କାର୍ଯ୍ୟ ନୂଆ ହସ୍ପିଟାଲରେ ଆରମ୍ଭ ହୋଉଛି।

ଏହି ଡାକ୍ତରଖାନାକୁ ଯିବା ପାଇଁ ଓ ନାଳଙ୍ଗ କୋର୍ଟକୁ ଯିବା ପାଇଁ  ଜାତୀୟ ରାଜପଥରେ ସର୍ଭିସ ରୋଡ଼ କାମ ଠିକ ଭାବରେ କରାଯାଇନାହିଁ। ଭଦ୍ରକ ସହର ଆଡୁ ଗଲାବେଳେ ଡାକ୍ତରଖାନା ପର୍ଯ୍ୟନ୍ତ  ରାସ୍ତା ଉଭୟ ପାର୍ଶ୍ବରେ ଠିକ୍ ଥିବା ବେଳେ ଗେଲାପୁର ସ୍କୁଲ ଆଡ଼କୁ ଯିବା ପାଇଁ କୌଣସି ରାସ୍ତା ନିର୍ମାଣ କରାଯାଇନାହିଁ । ଏହି ରାସ୍ତା କାମ ଅଧା ଖଣ୍ଡିଆ ହୋଇ ପଡ଼ିରହିଛି।।  ସେହିପରି ନାଲଙ୍ଗ କୋର୍ଟ ଆଡ଼କୁ ଯିବାବେଳେ ଉଭୟ ପାର୍ଶ୍ବରେ ରାସ୍ତ‌ା ନିର୍ମାଣ ଠିକ ଭାବରେ  ହୋଇନାହିଁ।  ତୁରନ୍ତ  ଏହି ରାସ୍ତା ନିର୍ମାଣ କରିବା ପାଇଁ ଭଦ୍ରକ ଜିଲ୍ଲାର ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି । କେବଳ ରାସ୍ତା ନୁହେଁ; ଜାତୀୟ ରାଜପଥରେ  ଉଭୟ କଡ଼ରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଅଧିକାଂଶ ସ୍ଥାନରେ ଜାଳି ନାହିଁ। ରାତିରେ ଅନ୍ଧାରରେ ଏହି ଅଞ୍ଚଳରେ ଲୋକେ ଯାତାୟାତ କରୁଛନ୍ତି। ଡାକ୍ଲତରଖାନା ଓ କୋର୍ଟରୁ କାମ ସାରି ଲୋକେ ଘରକୁ ଯିବା ବେକେ ବହୁ ଅସୁବିଧାରେ ଯାତାୟାତ କରୁଛିନ୍ତି।

ଏବେ ଡାକ୍ତରଖାନାକୁ ଲୋକେ ରାତିରେ ଯିବା ବେକେ ସମସ୍ୟା ସୃଷ୍ଟି  ହେବା। ନୂଆ ଡାକ୍ତରଖାନା ଗେଲପୁର ଛକରେ ଏକ ପୁଲିସ ଆଉଟ୍ ପୋଷ୍ଟ ଖୋଲା ଯିବାର ଆବଶ୍ୟକତା ରହିଛି।  ପୁଲିସ ସଜାଗ ନହେଲେ ଏହି ଅଞ୍ଚଳରେ ଡ୍ରଗସ୍ ମାଫିଆମାନେ ଆତଙ୍କ ରାଜା ସୃଷ୍ଟି କରୁଛନ୍ତି। ମହିଳା କର୍ମଚାରୀ, ମହିଳା ଡାକ୍ତର, ଷ୍ଟାଫନର୍ସ  ମାନେ ରାତି ଡିଉଟି ସାରି ଘରକୁ ଫେରିବା ବେଳେ ସୁରକ୍ଷିତ ମଣୁନାହାନ୍ତି।  ଡାକ୍ତରଖାନାର ମହିଳା କର୍ମଚାରୀଙ୍କ ସୁରକ୍ଷା ପ୍ରତି ପ୍ରଶାସନ ଓ ପୁଲିସ ଗୁରୁତ୍ଵ ଦେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe