ଜାତୀୟ ରାଜପଥ ଉପରୁ ତଳକୁ ଖସିଲା କଦଳୀ ବୋଝେଇ ଟ୍ରକ: ଡ୍ରାଇଭର ଓ ହେଲପର ଗୁରୁତର

Advertisment
ଜାତୀୟ ରାଜପଥ ଉପରୁ ତଳକୁ ଖସିଲା କଦଳୀ ବୋଝେଇ ଟ୍ରକ: ଡ୍ରାଇଭର ଓ ହେଲପର ଗୁରୁତର

ଭଦ୍ରକ: ଆଜି ସକାଳେ ଭଦ୍ରକର ଗେଲପୁର ସ୍କୁଲ୍ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଉପରୁ ତଳକୁ କଦଳୀ ବୋଝେଇ ଟ୍ରକ ଖସିପଡ଼ିଥିଲା। ଗେଲପୁର ଛକ ନିକଟରେ ଟ୍ରକଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି।

ଟ୍ରକ୍ ଟି ଆନ୍ଧ୍ରରୁ କଦଳୀ ନେଇ କୋଲକାତା ଅଭିମୁଖେ ଯାଉଥିବାର ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe