ମୋତ: ଚା ନ୍ଦବାଲି ଥାନା ଅନ୍ତର୍ଗତ ଚନ୍ଦନ ବିନ୍ଧା ଗ୍ରାମରେ ଜଣେ ଟ୍ୟୁସନ ସାର ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ନାବାଳିକାର ବାପା ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପ୍ରାପ୍ତ ଖବର ଅନୁଯାଇ ସମ୍ପୃକ୍ତ ଛାତ୍ରୀଜଣଙ୍କୁ ସେହି ଗ୍ରାମର ଅଜିତ ଭୋଇ ନାମକ ଜଣେ ଯୁବକ ପରୀକ୍ଷା ଆଳ ଦେଖାଇ ସନ୍ଧ୍ୟା ୬ଟା ବେଳେ ଟ୍ୟୁସନ ଆସିବାକୁ ଫୋନ କରିଥିଲେ। ପରେ ଝିଅଟି ଟ୍ୟୁସନ ଆସିବା ପରେ ସେ ତାଙ୍କୁ ଅସଦାଚରଣ କରିଥିଲେ। ଏନେଇ ସମ୍ପୃକ୍ତ ନାବାଳିକା ଜଣକ ନିଜ ଘରେ କହିବା ପରେ ନାବାଳିକାର ବାପା ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଜି ସମ୍ପୃକ୍ତ ଯୁବକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ କାରୀଙ୍କ ନିକଟରୁ ଜାଣିବାକୁ ମିଳିଛି।
ନାବାଳିକାଙ୍କୁ ଅସଦାଚରଣ କରି ଜେଲ ଗଲେ ଟ୍ୟୁସନ ସାର
Advertisment
Follow Us