ଭଦ୍ରକ: ଡମ୍ପର ମାଡିଯିବାରୁ ୨ ପଥଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

Advertisment
ଦୁର୍ଘଟଣାରେ ବରଯାତ୍ରୀ ଯୁବକ ମୃତ

ଭଦ୍ରକ: ତିହିଡି ବଜାର ନିକଟରେ ସୋମବାର ସନ୍ଧ୍ୟାରେ ୨ଜଣ ପଥଚାରୀଙ୍କ ଉପରେ ଡମ୍ପର ମାଡିଯାଇଛି। ଫଳରେ ୨ଜଣ ପଥଚାରୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନେ କୋହ୍ଲ ଗ୍ରାମପଞ୍ଚାୟତ ଅଧୀନ ଅମରପୁର ଗ୍ରାମର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଉମାକାନ୍ତ ପରିଡ଼ା ଓ ପ୍ରଦୀପ ପରିଡ଼ା ସାଇକେଲରେ ବଜାର ଆଡ଼କୁ ଯାଉଥିବା ଦ୍ରୁତ ଗତିରେ ପଛରୁ ଆସୁଥିବା ଏକ ଡମ୍ପର ତାଙ୍କ ଉପରେ ମାଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ଉମାକାନ୍ତ ଓ ପ୍ରଦୀପଙ୍କୁ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଉମାକାନ୍ତ ଓ ପ୍ରଦୀପଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

publive-image

ଅପରପକ୍ଷେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ଭଦ୍ରକ - ଚାନ୍ଦବାଲି ରାସ୍ତାର କୋହ୍ଲ ଛକରେ ରାସ୍ତାରୋକ କରିଛନ୍ତି। ଡମ୍ପର ଚାଳକକୁ ଶୀଘ୍ର ଗିରଫ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe