ପରିତ୍ୟକ୍ତ କୋଠାରେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା!

Advertisment
ପରିତ୍ୟକ୍ତ କୋଠାରେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା!

ଭଦ୍ରକ: ଅସହାୟ ମହିଳାଙ୍କ ପ୍ରତି ଉଦାର ଦେଖାଇବା ବଦଳରେ କିଛି ଦୁର୍ବୃତ୍ତ ଅମାନୁଷିକ କାମ କରିଛନ୍ତି। ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଥିବା ଜଗନ୍ନାଥପୁର ଅଞ୍ଚଳରେ କିଛି ଦୁର୍ବୃତ୍ତ ଜଣେ ମହିଳାଙ୍କୁ ପ୍ରଥମେ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ମହିଳାଙ୍କ ମୃତଦେହ ସକାଳୁ ଦେଖି ଥିଲେ। ସୂଚନା ପାଇ ପୁଲିସ ଅପରାହ୍ନ ୧ଟାରେ ମୃତଦେହ ଜବତ କରିଛି। ରିପୋର୍ଟ ଆସିବା ପରେ ମୃତ ମହିଳାଙ୍କ ବିଷୟରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସୂଚନା ଅନୁସାରେ ମାନସିକ ରୂପେ ଅନଗ୍ରସର ଚରମ୍ପା ଅଞ୍ଚଳ ନାଣ୍ଡି ନାମରେ ଜଣେ ଆଦିବାସୀ ମହିଳା ଭଦ୍ରକ ସହରରେ କିଛି ଦିନ ହେଲା ରହି ଆସୁଥିଲା। ନିଜର ଘର ନଥିବାରୁ ସେ ଏଣେତେଣେ ବୁଲିବୁଲି ଖାଉଥାଏ। ଆଦିବାସ ସମ୍ପ୍ରଦାୟର ହୋଇଥିବାରୁ ମହଳା ଜଣକ ମଦ ମଧ୍ୟ ପିଇଥିଲା ବୋଲି ଲୋକ କହନ୍ତି।

publive-image

ଜାତୀୟ ରାଜପଥ ୧୬ ନମ୍ବର ବନ୍ତ ଛକ କଡ଼ରେ ଥିବା ପରିତ୍ୟକ୍ତ କୋଠାରେ ଦୁର୍ବୃତ୍ତଙ୍କ ଶିକାର ହୋଇଥିବା ମହିଳାଙ୍କ ବୟସ ଆନୁମାନିକ ୩୫ ବର୍ଷ ହେବ। ବାଲେଶ୍ୱରରୁ ଡଗ ସ୍କାର୍ଡ ଆସି ଅପରାଧୀକୁ ଖୋଜୁଛି। ଅନ୍ୟପଟରେ ପୁଲିସ ଅପରାଧୀକୁ ଧରିବା ପାଇଁ ଟ୍ରାକିଂ କରୁଛି। ଖୁବ୍‌ ଶୀଘ୍ର ଅପରାଧୀମାନେ ଧରାପଡ଼ିବେ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe