ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ: ପୁଲିସର ତଦନ୍ତ ଆରମ୍ଭ

Advertisment
ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ: ପୁଲିସର ତଦନ୍ତ ଆରମ୍ଭ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଧାମରା-ଭଦ୍ରକ ରେଳଲାଇନରେ ଥିବା ଲେଭଲ କ୍ରସିଂ-୨୧ରେ ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରାତି ୧୨ଟା ୪୬ ମିନିଟ ସମୟରେ ଏହି ଅଘଟଣ ଘଟିଥିବା ଜଣାଯାଇଛି।

ମୃତକ ହେଲେ ତିହିଡ଼ି ବ୍ଲକ୍ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଛତ୍ରପଦା ଗାମର ଗୋଲକ ନାୟକଙ୍କ ପୁଅ ଦୀପକ ନାୟକ। ତାଙ୍କର ବୟସ ୨୭ ବର୍ଷ ବୋଲି ଜଣାଯାଇଛି। ଖବର ପାଇ ପୀରହାଟ ଥାନା ଆଜି ସକାଳେ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଛି। ଏନେଇଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏଣେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଏହି ଖବର ପ୍ରଚାରିତ ହେବା ପରେ ଛତ୍ରପଦା ଗାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe