ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ, ପୁଲିସର ତଦନ୍ତ ଆରମ୍ଭ

Advertisment
ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ, ପୁଲିସର ତଦନ୍ତ ଆରମ୍ଭ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଭାଟପଡ଼ା ପଞ୍ଚାୟତ ବାଣପୁର ଗାଁରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଯୁବକଙ୍କ ମୃତଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମଙ୍ଗଳବାର ସକାଳେ ଉଦ୍ଧାର କରାଯାଇଛି। ଯୁବକ ଜଣକ ୪ ଦିନ ହେବ ଘରକୁ ଫେରି ନଥିଲେ। ଆଜି ହଠାତ୍ ତାଙ୍କର ମୃତଦେହ ଗ୍ରାମ୍ୟ ଜଙ୍ଗଲର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଦେଖିବା ପରେ ମୃତକଙ୍କ ପରିବାରକୁ ଖବର ଦେଇଥିଲେ।

ମୃତକଙ୍କ ପରିବାର ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଚାନ୍ଦବାଲି ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ମୃତକଙ୍କ ପରିବାର ଅଭିଯୋଗ ଆଧାରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମାଟିରେ ଲାଗିଥିବା ସହ ତାଙ୍କ ହାତରେ ରଶି ବନ୍ଧା ହୋଇଥିବା ଓ ପାଦରେ ରକ୍ତ ଚିହ୍ନ ଥିବାରୁ ଗ୍ରାମବାସୀ ହତ୍ୟା ସନ୍ଦେହ କରିଥିବା ବେଳେ, ମୃତଙ୍କ ପରିବାର ପକ୍ଷରୁ ଆତ୍ମହତ୍ୟା ଅଭିଯୋଗ ହୋଇଛି। ମୃତ ଯୁବକ ହେଉଛନ୍ତି ଭାଟପଡ଼ା ପଞ୍ଚାୟତ ବାଣପୁର ଗାଁର ଅକ୍ଷୟ ମହାଳିକଙ୍କ ପୁଅ ପ୍ରକାଶ ମହାଳିକ(୨୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe