କୁମ୍ଭୀର ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

କୁମ୍ଭୀର ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ଭଦ୍ରକ: କୁମ୍ଭୀର ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ। ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧୀନ କାଁପଡା ପଞ୍ଚାୟତ ଅଞ୍ଚଳରେ ଏମିତି ଅଘଟଣ ଦେଖିବାକୁ ମିଳିଛି। ବରଣାକୁଳ ଗାଁର ବୁଦ୍ଧିରାମ ମଳିକ ତାଙ୍କର ଜଣେ ସାଙ୍ଗଙ୍କ ସହ ଗତକାଲି ରାତିରେ ହୀରାଘାଇ ନିକଟକୁ ନଦୀରେ ମାଛ ଧରିବା ପାଇଁ ଲଗାଇଥିବା ଜାଲ ଉଠାଉଥିଲେ। ଏହି ସମୟରେ ଏକ କୁମ୍ଭୀର ବୁଦ୍ଧିରାମଙ୍କୁ ନଦୀକୁ ଟାଣି ନେଇଥିଲା।

ଏ ନେଇ ସ୍ଥାନୀୟ ଲୋକେ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରି ନଦୀରୁ ଏକ କିଲୋମିଟର ଦୂରରେ ଏକ ପଠାରେ କୁମ୍ଭୀର ମୁହଁରୁ ବୁଦ୍ଧିରାମଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe