ଚାକିରି ଲୋଭରେ ଘର ଛାଡ଼ିଥିଲେ ଭଦ୍ରକର ଯୁବତୀ: ବଲାଙ୍ଗୀରରୁ ଉଦ୍ଧାର ହେଲେ

Advertisment
ଚାକିରି ଲୋଭରେ ଘର ଛାଡ଼ିଥିଲେ ଭଦ୍ରକର ଯୁବତୀ: ବଲାଙ୍ଗୀରରୁ ଉଦ୍ଧାର ହେଲେ

ବଲାଙ୍ଗୀର: ସହଜ ଚାକିରି ଲୋଭ ଅନେକ ଯୁବକ ଯୁବତୀଙ୍କୁ ନେଟୱର୍କିଂ ବ୍ୟବସାୟକୁ ଟାଣି ଆଣୁଛି। ଯୁବକ ଯୁବତୀ ଚାକିରି ଲୋଭରେ ଘର ଛାଡୁଛନ୍ତି।  ଏଭଳି ଏକ ଘଟଣାରେ ଶୁକ୍ରବାର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳର ଜଣେ ଝିଅକୁ ବଲାଙ୍ଗୀରରୁ ଉଦ୍ଧାର କରାଯାଇଛି।

ଭଦ୍ରକ ଜିଲ୍ଲାର ଏହି ଝିଅ ୫ ମାସ ହେବ ଚାକିରି କରିବା ଉଦ୍ଦେଶ୍ୟରେ ଘର ଛାଡ଼ି ଆସିଥିବା ବେଳେ ଘର ଲୋକଙ୍କ ସହ କୌଣସି ଯୋଗାଯୋଗ ରଖିନଥିଲେ। ଘର ଲୋକେ ତାଙ୍କୁ ଖୋଜାଖୋଜି କରି ବଲାଙ୍ଗୀରରେ ଥିବା ଖବର ପାଇ ପୁଲିସ ସହାୟତାରେ ଲାଲଟିକ୍ରାସ୍ଥିତ ଏକ ବେସରକାରୀ କମ୍ପାନିରୁ ତାଙ୍କୁ ଉଦ୍ଧାର କରି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe