ଚାନ୍ଦବାଲିରେ ବଜ୍ରାଘାତରେ ୪୫ ବର୍ଷୀୟ ଯୁବକ ମୃତ

Advertisment
ଚାନ୍ଦବାଲିରେ ବଜ୍ରାଘାତରେ ୪୫ ବର୍ଷୀୟ ଯୁବକ ମୃତ

ଚାନ୍ଦବାଲି: ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ଫଳରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଧିନ କରଂଜମାଳ ପଂଚାୟତ ତେନ୍ତୁଲିପୋଖରୀ ଗାଁରେ ଗତକାଲି ରାତିରେ ବଜ୍ରାଘାତରେ ଜଣଙ୍କ ପରଲୋକ ହୋଇଯାଇଛି। ଗୁରୁପଦ ବେରାଙ୍କ ଚିଙ୍ଗୁଡ଼ି ଘେରିରେ କାମ କରୁଥିବା ଯୁବକଙ୍କର ଗତକାଲି ରାତିରେ ବଜ୍ରାଘାତରେ ମୃତ୍ୟୁ ହୋଇଯାଇଛି। ଯୁବକ ଜଣକ ହେଉଛନ୍ତି ବେତନଟି ଥାନା ଅଧିନ ଦାନ୍ତିଆମୁଁହା ଗାଁର ବୁଦ୍ଧିରାଇ ସିଂଙ୍କ ପୁଅ ସାମା ସିଂ। ତାଙ୍କୁ ୪୫ ବର୍ଷ ବୟସ।

ଗତକାଲି ରାତି ୮ଟା ସମୟରେ ସେ ଚିଙ୍ଗୁଡ଼ି ଘେରିରେ ଥିବାବେଳେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ସାମା ସିଂ ପରିଶ୍ରା ଉଠିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ, ଚିଙ୍ଗୁଡ଼ି ଘେରିରେ ରହୁଥିବା ଅନ୍ୟ ପିଲାମାନେ ସାମା ଆସିବାର ବିଳମ୍ବ ହେବାରୁ ଆଲୁଅ ପକାଇ ଦେଖିଥିଲେ। ସାମା ତଳେ ପଡ଼ିଥିବା ବେଳେ ତାଙ୍କ ଦେହରେ ବଜ୍ରାଘାତ ଲାଗିଥିଲା।

ସଂଗେ ସଂଗେ ତାଙ୍କୁ ବାସୁଦେବପୁର ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ବାଂଶଡା ଥାନାରେ ଚିଙ୍ଗୁଡ଼ି ଘେରି ମାଲିକ ଗୁରପଦ ବେରା ଥାନରେ ଅଭିଯୋଗ ପରେ ଥାନା ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ଭଦ୍ରକ ପଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe