ଜାତୀୟ ସବ୍ ଜୁନିଅର ନେଟ୍‌ବଲ୍ ପ୍ରତିଯୋଗିତା: ଓଡ଼ିଶା ଦଳରେ ଭଦ୍ରକର ୪ ଖେଳାଳି

Advertisment
ଜାତୀୟ ସବ୍ ଜୁନିଅର ନେଟ୍‌ବଲ୍ ପ୍ରତିଯୋଗିତା: ଓଡ଼ିଶା ଦଳରେ ଭଦ୍ରକର ୪ ଖେଳାଳି

ଭଦ୍ରକ: ହରିଆଣାସ୍ଥିତ ଭିୱାନୀଠାରେ ଆରମ୍ଭ ହୋଇଥିବା ଜାତୀୟ ସବ୍ ଜୁନିଅର ନେଟ୍‌ବଲ୍ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳରେ ଭଦ୍ରକର ୪ ଖେଳାଳି ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତା ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇଥିବାବେଳେ ୧୮ ତାରିଖରେ ଶେଷ ହେବ। ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଆଦ୍ୟାଶା ଅଦିତି ବେହେରା, ସାଇଶ୍ରୀ ପଣ୍ଡା, ପଦ୍ମଜା ପ୍ରିୟଦର୍ଶିନୀ ଦାସ ଓ ଦେବସ୍ମିତା ଜେନା। ଏହି ଖେଳାଳିଙ୍କ ସହିତ ଅଫିସିଆଲ ଭାବେ ଶ୍ବୟମ୍ଭୁ ପ୍ରସାଦ ଦାସ ମଧ୍ୟ ଯାତ୍ରା କରିଛନ୍ତି।

ଖେଳାଳିଙ୍କ ସଫଳତା କାମନା କରି ଭଦ୍ରକ ଜିଲ୍ଲା ନେଟ୍‌ବଲ୍ ଆସୋସିଏସନ ସଭାପତି ତନ୍ମୟ ମହାନ୍ତି, କାର୍ଯ୍ୟକାରୀ ସଭାପତି ଗୋଲକ ନାୟକ, ଉପସଭାପତି ମନୋଜ କୁମାର ଦାସ, କୋଷାଧ୍ୟକ୍ଷ ବିଶ୍ୱାମିତ୍ର ବେହେରା, ସମ୍ପାଦକ ମନୋଜ କୁମାର ସାହୁ, ଯୁଗ୍ମ ସମ୍ପାଦକ ବି.ପୀତାମ୍ବର ରେଡ୍ଡି, ଶୁଭଶ୍ରୀ ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe