ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲା ଆଦିବାସୀ ମହାସଂଘ

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲା ଆଦିବାସୀ ମହାସଂଘ

ରାୟଗଡ଼ା: ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ଆଦିବାସୀ ମହାସଂଘ ପକ୍ଷରୁ ଆଜି ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏସପି ବିବେକାନନ୍ଦ ଶର୍ମାଙ୍କ ଜରିଆରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ପତ୍ରରେ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ପୀଡ଼ିତ ପରିବାରକୁ ନ୍ୟାୟ ଦେବାକୁ ଦାବି ହୋଇଛି।
ଆଦିବାସୀ ନେତା ବସନ୍ତ ଉଲାକା, ଆପଲସ୍ବାମୀ କାଡ୍ରକାଙ୍କ ନେତୃତ୍ବରେ ଶତାଧିକ ଆଦିବାସୀ ଏସପିଙ୍କ ଅଫିସ୍ ସମ୍ମୁଖରେ ରୁଣ୍ଡ ହୋଇ ନ୍ୟାୟ ଦାବି କରିଥିଲେ। ହତ୍ୟାକାଣ୍ଡର ଦୀର୍ଘ ୧୧ ବର୍ଷ ପରେ ମଧ୍ୟ ଭାଗିରଥୀଙ୍କ ପରିବାରକୁ ନ୍ୟାୟ ମିଳିନଥିବାରୁ ଆଦିବାସୀ ମହାସଂଘ ଅସନ୍ତୋଷ ପ୍ରକାଶ କରିଛି। ନ୍ୟାୟ ପାଇଁ ପରିବାର ଲୋକ ରାଜ୍ୟ ସରକାରଙ୍କୁ ବହୁ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି।

ପୂର୍ବରୁ ଏ ନେଇ ଆଦିବାସୀ ମହାସଂଘ ଓ ମାଣ୍ଡାଙ୍ଗିଙ୍କ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ୨୦୧୦ ଡିସେମ୍ବର ୧୫ ତାରିଖରେ ଭାଗିରଥୀ ମାଣ୍ଡାଙ୍ଗିଙ୍କୁ ହତ୍ୟା କରାଯାଇଥିଲା। ମା’ ମଝିଘରିଆଣି ମନ୍ଦିର ଟ୍ରଷ୍ଟ ବୋର୍ଡର ବୈଠକକୁ ଯାଉଥିବା କହି ଭାଗିରଥୀ ଘରୁ ଆସି ଆଉ ଫେରିନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ତାଙ୍କ ବାଇକ ମନ୍ଦିର ନିକଟରୁ ପାଇଥିଲେ। କିନ୍ତୁ ଭାଗିରଥୀଙ୍କ କିଛି ଖୋଜ ଖବର ମିଳିନଥିଲା। ୧୭ ତାରିଖରେ ପରିବାର ଲୋକ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ୧୯ ତାରିଖରେ ଆନ୍ଧ୍ରପ୍ରଦେଶର କମରଡ଼ା ଡ୍ୟାମରୁ ଭାସମାନ ଅବସ୍ଥାରେ ଏକ ଶବ ଉଦ୍ଧାର ହୋଇଥିଲା। ଡିଏନଏ ଟେଷ୍ଟ ପରେ ଏହା ଭାଗିରଥୀଙ୍କ ବୋଲି ଜଣା ପଡିଥିଲା। ଭାଗିରଥୀଙ୍କ ମୃତ୍ୟୁକୁ ନେଇ ସେହି ସମୟରେ ଆଦିବାସୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମାମଲାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେବା ପରେ ରାଜ୍ୟ ସରକାର ୫ ଏପ୍ରିଲ ୨୦୧୧ ରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚ ଏହି ମାମଲା ଉପରୁ ପରଦା ହଟାଇ ପାରିନଥିବାରୁ ପରିବାର ଲୋକଙ୍କ ଭରସା ତୁଟିଯାଇଛି। ତୁରନ୍ତ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ପରିବାର ଲୋକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe