ପୂର୍ବ କେନ୍ଦ୍ରମନ୍ତ୍ରୀଙ୍କ ଦର୍ପଣ ସାଗର ଅଞ୍ଚଳ ଗସ୍ତ, ଜଳାଶୟର କିସମ ରେକର୍ଡ ତଦନ୍ତ ହେଉ : ଭକ୍ତ ଦାସ

ପୂର୍ବ କେନ୍ଦ୍ରମନ୍ତ୍ରୀଙ୍କ ଦର୍ପଣ ସାଗର ଅଞ୍ଚଳ ଗସ୍ତ, ଜଳାଶୟର କିସମ ରେକର୍ଡ ତଦନ୍ତ ହେଉ : ଭକ୍ତ ଦାସ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଦର୍ପଣ ସାଗରକୁ ପୋତା ଯାଇ ଜମି ମାଫିଆ ମାନେ ପ୍ଲଟିଂ କରୁଥିବା ନେଇ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଦର୍ପଣ ସାଗର ଗସ୍ତ କରିଥିଲେ । ଦୀର୍ଘ ଦେଢ଼ସହ ବର୍ଷ ଧରି ଭବାନୀପାଟଣା ସହରର ମନ୍ଦାରବଗିଚା ପଡା, ମଦନ ମୋହନ ପଡା, ହଲିଆପଡା, ଚୁରିହାରି ପଡା, ତାରିଣୀ ମନ୍ଦିର ପଡା, ଛେଡା ପଡା, ତେନ୍ତୁଳି ଗଛ ପଡା, ନୂଆ ପଡା, ଦର୍ପଣ ସାଗର ପଡା ସମେତ ୯ଟି ପଡ଼ାର ଲୋକେ ଏହି ଦର୍ପଣ ସାଗର ଉପରେ ନିର୍ଭର କରିଥାନ୍ତି ।

ଗରିବ ଖଟିଖିଆ ଓ ମଜୁରୀ ଶ୍ରେଣୀର ଲୋକେ ଏହି ଦର୍ପଣ ସାଗର ଉପରେ ନିର୍ଭର କରିବା ସହିତ ବିଭିନ୍ନ ଦଶାହ କାର୍ଯ୍ୟ ମଧ୍ୟ ଏଠାରେ କରିଥାନ୍ତି । କିନ୍ତୁ ଶାସକ ଦଳର ଚକ୍ରାନ୍ତ ଯୋଗୁଁ କଳାହାଣ୍ଡି ମହାରାଜା ଙ୍କ ଦ୍ଵାରା ଖୋଲା ଯାଇଥିବା ଏହି ଶାଗର ତହସିଲ ରେକର୍ଡ ରେ ଜଳାଶୟ ଥିବା ବେଳେ ୨୦୧୪-୧୫ ମସିହାରେ କିସମ ପରିବର୍ତ୍ତନ କରି ଘରବାରି କରିଥିବା ନେଇ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ଅଭିଯୋଗ କରିଛନ୍ତି । ବିନା ଆରଡ଼ିସି ଓ ଜିଲ୍ଲାପାଳଙ୍କ ଅନୁମୋଦନ ନ ଥାଇ କଳାହାଣ୍ଡି ତହସିଲଦାରଙ୍କ ଦ୍ୱାରା ଚଞ୍ଚକତା ହୋଇଛି ।

ଫଳରେ ଜମି ମାଫିଆ ମାନେ ସର୍ବସାଧାରଣ ପୋଖରୀକୁ କିସମ ପରିବର୍ତ୍ତନ କରି ପ୍ଲଟିଂ କରି ବିକ୍ରି କରିବାର ମସୁଧା କରିଛନ୍ତି । ତୁରନ୍ତ ଏନେଇ ତଦନ୍ତ କରାଯିବା ସହିତ ପଡାବାସୀଙ୍କ ସ୍ୱାର୍ଥକୁ ଉପେକ୍ଷା କରାଗଲେ ଏହାର ତୀବ୍ର ବିରୋଧ କରାଯିବା ସହିତ ଆନ୍ଦୋଳନ କରାଯିବ ବୋଲି ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe