ଜାନୁଆରି ୧ରେ ସକାଳ ୮ରୁ ଖୋଲିବ ଭଞ୍ଜନଗର ଶିଶୁ ଉଦ୍ୟାନ

ପର୍ଯ୍ୟଟକଙ୍କ ମନ ମୋହୁଛି ବିଡେକାର ଘୁମୁସର ଫୁଡ୍‌ କୋର୍ଟ

ଜାନୁଆରି ୧ରେ ସକାଳ ୮ରୁ ଖୋଲିବ ଭଞ୍ଜନଗର ଶିଶୁ ଉଦ୍ୟାନ

Sambad

ଭଞ୍ଜନଗର: ଭଞ୍ଜନଗର ଶୀତ ଦିନରେ ପର୍ଯ୍ୟଟକ ମାନଙ୍କ ପ୍ରମୁଖ ଆର୍କଷଣର କେନ୍ଦ୍ର ପାଲଟିଛି ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ। ଆବାଳବୃଦ୍ଧବନିତାଙ୍କୁ ଆମୋଦ ପ୍ରମୋଦର ଖୋରାକ ଯୋଗାଇ ପାରୁଛି ଏହି ଉଦ୍ୟାନ। ରାଜ୍ୟରେ ଥିବା ପ୍ରମୁଖ ଶିଶୁ ଉଦ୍ୟାନ ମାନଙ୍କ ମଧ୍ୟରେ ଏହି ପାର୍କର ସ୍ଥାନ ବହୁ ଗୁରୁତ୍ବପୂର୍ଣ୍ଣ ବହନ କ‌ରେ। ପ୍ରାୟ ଦୀର୍ଘ ୨୫ ଏକର ପରିମିତ ଅଞ୍ଚଳରେ ମ୍ୟୁଜିକାଲା ଫାଉଣ୍ଟେନ, ଆକ୍ବାରିୟମ, ବୋଟିଂ, ଫ୍ୟାମିଲ ଟ୍ରେନ, ଟଏ ଟ୍ରେନ, ବଟାନିକାଲ ଗାର୍ଡେନ, ଟ୍ରି ହାଉସ, ଭିଡିଓ ଗେମ ହାଉସ, ଗୋଲାପ ବଗିଚା, ଭଞ୍ଜଦୋଳି, କଳିଙ୍ଗ ବୋଇତ, କାର ରେସିଂ, ଆର୍ଚ ବ୍ରିଜ ଓ ବିଜ୍ଞାନ ଉଦ୍ୟାନ ରହିଛି। ପ୍ରତିଦିନ ୮ ରୁ ୧୦ ହଜାର ଲୋକଙ୍କ ଏଠାରେ ଭିଡ ଜମିବାକୁ ଲାଗିଛି।

ଆସନ୍ତା ଜାନୁଆରି ୧ ତାରିଖ ଦିନ ଏହି ସଂଖ୍ୟା ବହୁ ଗୁଣ ବଢିବ ବୋଲି ଅନୁମାନ କରାଯାଉଛି। ତାକୁ ଦୃଷ୍ଟିରେ ରଖି ଉକ୍ତ ଦିନ ସକାଳ ୮ ଟାରୁ ସଂନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଉଦ୍ୟାନ ଖୋଲା ରଖିବାକୁ କର୍ତ୍ତୁପକ୍ଷ ନିଷ୍ପତି ନେଇଥିବା ଜଣାପଡିଛି। ପର୍ଯ୍ୟଟକ ମାନଙ୍କ ସୁବିଧା ଦୃଷ୍ଟିର ପାର୍କ କର୍ତ୍ତୁପକ୍ଷ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ ନୂଆଁ ବର୍ଷ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନେଇ ଯୋଜନା ପ୍ରସ୍ତୁତ ହୋଇଛି। ଏଥିସହ ପର୍ଯ୍ୟଟକଙ୍କୁ ବିଭିନ୍ନ ପ୍ରକାର ସ୍ୱାଦିଷ୍ଠ ଖାଦ୍ୟ ପରସି ଦେବା ଉଦ୍ଦେଶ୍ୟରେ ଗତ ୨୫ତାରିଖ ଠାରୁ ବିଡେକା ପକ୍ଷରୁ ଆରମ୍ଭ ହୋଇଛି ଘୁମୁସର ଖାଦ୍ୟ ମେଳା ବା ଫୁଡ୍‌ କୋର୍ଟ। ଏହା ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ବିଶେଷ କରି ଅନ୍ୟ ଦିନ ମାନଙ୍କ ଅପେକ୍ଷା ଡିସେମ୍ବର ୨୫ତାରିଖ ବଡ଼ ଦିନ ଠାରୁ ନୂଆବର୍ଷ ଆରମ୍ଭ ହେବା ପର୍ଯ୍ୟନ୍ତ ବହୁ ପର୍ଯ୍ୟଟକଙ୍କ ଭିଡ଼ ପରିଲିକ୍ଷିତ ହୋଇଥାଏ। ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏଠାକୁ ଆସି ବିଭିନ୍ନ ସ୍ଥାନରେ ଭୋଜିଭାତ କରିବା ସହ ଦର୍ଶନୀୟ ସ୍ଥାନ ଭ୍ରମଣ କରିଥାନ୍ତି। ଆଉ ବିଭିନ୍ନ ଯାଗା ବୁଲିବା ଭିତରେ ଏହି ପାର୍କରେ ସମୟ ବିତାଇବା ଏକ ପ୍ରକାର ସେମାନଙ୍କ ବାଧ୍ୟ କରିଥାଏ।

publive-image Sambad

ଏହାକୁ ଦୃଷ୍ଟିରେ ରଖି ବିଡେକା ସୌଜନ୍ୟରେ ପର୍ଯ୍ୟଟକ ମାନଙ୍କୁ ବିଭିନ୍ନ ପ୍ରକାର ସ୍ୱାଦିଷ୍ଠ ଖାଦ୍ୟ ଯୋଗାଇଦେବା ପାଇଁ ଶିଶୁ ଉଦ୍ୟାନ ପରିସରରେ ଘୁମୁସର ଖାଦ୍ୟ ମେଳାର ଆୟୋଜନ କରାଯାଇଛି। ଏହି ମେଳା ଶୁଭାରମ୍ଭରେ ବିଡେକା ସମ୍ପାଦକ ସ‌ନ୍ତୋଷ କୁମାର ଗୌଡ,ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଓ ଅନ୍ୟମାନେ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ। ଉକ୍ତ ଫୁଡ୍‌ କୋର୍ଟରେ ୨୦ ଟି ଷ୍ଟଲ ରହିଥିବା ବେଳେ ସେଥିରେ ଗୁପ୍ ଚୁପ ଠାରୁ ଆରମ୍ଭ କର ବିରିୟାନି, ଚାଉମିନ, ଚାଟ, ମୋମୋ, ସୁପ, ଫାଷ୍ଟଫୁଡ଼ ସହ ଆଇସକ୍ରିମ, ଚାହା ସହ ବିଭିନ୍ନ ଖାଦ୍ୟକୁ ସ୍ଥାନିତ କରାଯାଇଛି। ପ୍ରଥମଥର ପାଇଁ ବିଡେକା ପକ୍ଷରୁ ଘୁମୁସର ଖାଦ୍ୟ ମେଳାର ଆୟୋଜନ ହୋଇଥିବାରୁ ନିଜ ମନପସନ୍ଦର ଖାଦ୍ୟ ଖାଇବା ପାଇଁ ଏଠାରେ ଛୋଟ ଶିଶୁଙ୍କ ଠାରୁ ବୟସ୍କ ଲୋକଙ୍କ ଭିଡ଼ ଲାଗି ରହିଛି। ପ୍ରତ୍ୟେକ ଦିନ ଅପରାହ୍ନ ୩ଟାରୁ ଲୋକଙ୍କ ଭିଡ ଜମୁଥିବା ବେଳେ ପାର୍କ ରାସ୍ତାରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି। ଆଗନ୍ତୁକ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଠାରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ ହୋଇପଡିଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଡେକ ପକ୍ଷରୁ କିଛି କର୍ମଚାରୀ ନିୟୋଜିତ ହୋଇଥିଲେ ମଧ୍ୟ ଅଧିକା ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାରୁ ପୁଲିସ ଟ୍ରାଫିକ ନିୟନ୍ତ୍ରଣ ସହ ପର୍ଯ୍ୟଟକ ମାନଙ୍କ ଭିଡ ନିୟନ୍ତ୍ରଣ କରିବା ଆବଶ୍ୟକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe