ଗଂଜାମ: ଆମ୍ବୁଲାନ୍ସରେ ଭାଙ୍ଗ ଚାଲାଣ, ୨ ଅଟକ

Advertisment
ଗଂଜାମ: ଆମ୍ବୁଲାନ୍ସରେ ଭାଙ୍ଗ ଚାଲାଣ, ୨ ଅଟକ

କବିସୂର୍ଯ୍ୟନଗର/ଭଂଜନଗର: ଆମ୍ବୁଲାନ୍ସରେ ଭାଙ୍ଗ ବ୍ୟବସାୟ ହେଉଛି। ଆଜି ଅପରାହ୍ନରେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ପୁଲିସ୍‌ ଏକ ଭାଙ୍ଗ ଭର୍ତ୍ତି ଆମ୍ବୁଲାନ୍‌ସକୁ ଜବତ କରିଛି। ପୁଲିସ୍‌ ବୁଢାମ୍ବ ଛକ ଠାରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଆମ୍ବୁଲାନ୍ସ ସାମ୍ନାପଟୁ ଆସିଥିଲା। ସେଥିରେ କିଛି ବସ୍ତା ଲଦା ହୋଇଥିବାରୁ ପୁଲିସ୍‌ ସନ୍ଦେହରେ ଅଟକାଇ ଥିଲା। ଏହା ପରେ ସେଥିରେ ବସିଥିବା ଜଣେ ବ୍ୟକ୍ତି ଦୌଡି ପଳାଇଥିବା ବେଳେ ଆମ୍ବୁଲାନ୍ସ  ଚାଳକ ସମେତ ଦୁଇ ଜଣକୁ ପୁଲିସ କାବୁ କରିବାରେ ସକ୍ଷମ ହୋଇଥିଲା।

ଆମ୍ବୁଲାନ୍ସରେ ୧୪ଟି ବସ୍ତାରେ ଭାଙ୍ଗ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବେଳେ ଏହା ଏକ ନକଲି ଆମ୍ବୁଲାନ୍ସ ଓ ଏଥିରେ ଲାଗିଥିବା ନମ୍ବରଟି ମଧ୍ୟ ନକଲି ବୋଲି ଜଣାପଡିଛି। ଭାଙ୍ଗ ଭର୍ତ୍ତି ଆମ୍ବୁଲାନ୍ସ ଟି ଦିଗପହଣ୍ଡିରୁ କୋଦଳା ଯାଉଥିବା ଚାଳକ ଜଣକ କହିଛନ୍ତି। ପ୍ରଥମେ ଏଥିରେ ଗଞ୍ଜେଇ ଥିବାନେଇ ପ୍ରଚାରିତ ହେବା ପରେ ବହୁ ଲୋକଙ୍କ ଭିଡ ଜମି ଯାଇଥିଲା। ପୁଲିସ ଆମ୍ବୁଲାନ୍‌ସ ଚାଳକ ସମେତ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe