ଚାଲାଣ କରି ପାରିଲେନି ୮୪୦ କିଲୋ ଭାଙ୍ଗ; ଖୋର୍ଦ୍ଧାରେ ୨ ଅଭିଯୁକ୍ତ ଗିରଫ

ଚାଲାଣ କରି ପାରିଲେନି ୮୪୦ କିଲୋ ଭାଙ୍ଗ; ଖୋର୍ଦ୍ଧାରେ ୨ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଅବକାରୀ ବିଭାଗ ଆଜି ସ୍ଥାନୀୟ ମେଡିକାଲ ଛକ ନିକଟରୁ ୮୪୦ କିଲୋ ଭାଙ୍ଗ ଜବତ କରିଛି। ଏହି ଘଟଣାରେ ଅବକାରୀ ବିଭାଗର କର୍ମଚାରୀମାନେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ରଗଡ଼ିମଡ଼ା ଗାଁର ସ୍ବର୍ଗତ ଋଷିଆ ପାତ୍ରଙ୍କ ପୁଅ ସନ୍ତୋଷ ପାତ୍ର (୪୨) ଓ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଧୀନ ରାଇକିଆ ନିବାସୀ ବାଳୁତ ଦିଗାଲଙ୍କ ପୁଅ ମାଧବ ଦିଗାଲ (୨୬)।

ଭାଙ୍ଗ ଚାଲାଣ ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ ଚଢ଼ଉ ପାଇଁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯୋଜନା ଅନୁସାରେ ବିଭାଗୀୟ କର୍ମଚାରୀମାନେ ମେଡିକାଲ ଛକ ଠାରେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଏଥି ସହିତ ଭାଙ୍ଗ ଚାଲାଣ କରୁଥିବା ୨ ଅଭିଯୁକ୍ତ ସନ୍ତୋଷ ଓ ମାଧବଙ୍କୁ ଗିରଫ କରିଥିଲେ। ଜବତ ହୋଇଥିବା ଭାଙ୍ଗର ଓଜନ ୮୪୦ କିଲୋ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe