ଭଞ୍ଜନଗରରେ ପୁଲିସ୍ ସହିଦ ସପ୍ତାହ ପାଳନ ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ

Advertisment
ଭଞ୍ଜନଗରରେ ପୁଲିସ୍ ସହିଦ ସପ୍ତାହ ପାଳନ ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ

ଭଞ୍ଜନଗର: ପୁଲିସ୍ ସହିଦ ସପ୍ତାହ ପାଳନ ଅବସରରେ ଆଜି ଭଞ୍ଜନଗର ପୁଲିସ ପକ୍ଷରୁ ଦେଶ ସେବାରେ ନିଜର ପ୍ରାଣବଳୀ ଦେଇଥିବା ବୀର ପୁଲିସ୍ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ଜିଲୁଣ୍ଡି ଗ୍ରାମର ସହିଦ୍ ସଞ୍ଜୟ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିବା ସହ ସମ୍ମାନ ପ୍ରଦାନ କରାଯାଇଥିଲା।

ସହିଦ ସଞ୍ଜୟ କୋରାପୁଟ ଜିଲ୍ଲାରେ ଏସ୍ଓଜି ଭାବେ କାର୍ଯ୍ୟରତ ଥିବା ବେଳେ ଗତ ୨୦୧୦ ମସିହାରେ କୋରାପୁଟ ଜିଲ୍ଲାରେ ଘଟିଥିବା ଏକ ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ତେଣୁ ତାଙ୍କ ସ୍ମୁତିରେ ଜିଲୁଣ୍ଡି ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ସହିଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଅବସରରେ ସହିଦ୍ ସଞ୍ଚୟଙ୍କ ବାପଙ୍କୁ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ, ଆଇନଜୀବୀ ରାଜେନ୍ଦ୍ର ପ୍ରଧାନ,ଏସ୍ଆଇ ଲିତାରାଣୀ ପରିଡା,ସମୀର କୁମାର ବେହେରା,ଟୁନା ପିଡିକା,ଏସ୍ଆଇ ଦୁର୍ଲଭ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe