ଭଞ୍ଜନଗର ଏସ୍‌ଡିପିଓ ପାଇଲେ ଡିଜିପି ପୁରସ୍କାର

Advertisment
ଭଞ୍ଜନଗର ଏସ୍‌ଡିପିଓ ପାଇଲେ ଡିଜିପି ପୁରସ୍କାର

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ପୁଲିସ୍‌ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡିଜିପିଙ୍କ ପୁରସ୍କାର ପାଇଛନ୍ତି। ଡିଜିପି ରାଜ୍ୟର ଚାକିରୀ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା କିଛି ପୁଲିସ୍‌ ଅଧୀକାରୀଙ୍କୁ ବିଭିନ୍ନ ବିଭାଗରରେ ପୁରସ୍କାର ପ୍ରଦାନ କରିଥିବା ବେଳେ ଶ୍ରୀ ମିଶ୍ର ଡିଜିପି କମେଣ୍ଡେସନ୍‌ ସମ୍ମାନ ପାଇବା ପାଇଁ ପୂର୍ବରୁ ଡିଜିପି କାର୍ଯ୍ୟାଳୟରୁ ଘୋଷଣା କରାଯାଇଥିଲା। କ‌ୋଭିଡ ପାଇଁ ନିର୍ଦ୍ଧିଷ୍ଟ କିଛି ଅଧିକାରୀଙ୍କୁ ଡିଜିପି ନିଜେ ପୁରସ୍କାର ପ୍ରଦାନ କରିଥିବା ବେଳେ ଅନ୍ୟ ମାନଙ୍କୁ ଜିଲ୍ଲା ଏସ୍‌ପି ମାନେ ସମସ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଆଜି ଏସ୍‌ପି ବିଜ୍ରେଶ ରାୟ ଏକ ସ୍ବତନ୍ତ୍ର ଉତ୍ସବରେ ଶ୍ରୀ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିବା ଜଣାପଡିଛି। ଏଥିପାଇଁ ଶ୍ରୀ ମିଶ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe