Sambad
ମୟୂରଭଞ୍ଜ/କଳାବାଡ଼ିଅା: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଦ୍ବାରଶୁଣୀ ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଖି ଦୃଶିଆ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ପ୍ରତିବାଦରେ ଭଞ୍ଜସେନା ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଠାରେ ଆଜି ରାସ୍ତାରୋକ କରାଯାଇଛି। ରାସ୍ତା ସମ୍ପ୍ରସାରଣ ସହିତ ମରାମତି କରିବା ପାଇଁ ଭଞ୍ଜସେନାର କର୍ମକର୍ତ୍ତାମାନେ ଦାବି କରିଛନ୍ତି। ଆନ୍ଦୋଳନକୁ ସମର୍ଥନ ଜଣାଇ ବାଙ୍ଗିରିପୋଷି ବଣିକ ସଂଘ ଦୋକାନ ବଜାର ବନ୍ଦ ରଖିଥିଲେ। ଆନ୍ଦୋଳନସ୍ଥଳରେ ସଦର ଏସ୍ଡିପିଓ କେକେ ହରିପ୍ରସାଦଙ୍କ ସହ ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା ଓ ପୁଲିସ କର୍ମଚାରୀ ପହଞ୍ଚି ବୁଝାସୁଝା କରିଥିଲେ।
ରାସ୍ତା ମରାମତି ଓ ସଂପ୍ରସାରଣ କାମ ହେବ ବୋଲି କହିଥିଲେ। ଫଳରେ ଦିନ ପ୍ରୟ ୩ଟା ବେଳେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସୂତନା ଥାଉକି ବର୍ଷକ ମଧ୍ୟରେ ଘାଟିରେ ଦୁର୍ଘଟଣା ଘଟି ୨୦ରୁ ଅଧିକ ଦୁର୍ଘଟଣା ଘଟିଥିବା ବେଳେ ୭ ଜଣଙ୍କ ଜୀବନ ଯାଇଛି ଏବଂ ୧୦ ଜଣରୁ ଅଧିକ ଆହତ ହୋଇଛନ୍ତି।
Follow Us