ଖୋର୍ଦ୍ଧାରେ ବନ୍ଦ ଆଂଶିକ ଓ ଶାନ୍ତିପୂର୍ଣ୍ଣ

ଖୋର୍ଦ୍ଧାରେ ବନ୍ଦ ଆଂଶିକ ଓ ଶାନ୍ତିପୂର୍ଣ୍ଣ

ଖୋର୍ଦ୍ଧା: ସଂଯୁକ୍ତ କିଶାନ ମୋର୍ଚ୍ଚାର ଆଜି ତୃତୀୟ ଥର ପାଇଁ ଭାରତ ବନ୍ଦ ଡାକରା ଦେଇଥିଲା। ଏହି ବନ୍ଦ ଡାକରାର ପ୍ରଭାବ ଖୋର୍ଦ୍ଧା ସହରରେ ଆଂଶିକ ଦେଖିବାକୁ ମିଳିଛି ଅପରାହ୍ଣ ସୁଦ୍ଧା କୌଣସି ସ୍ଥାନରେ ବନ୍ଦକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ମୋଟାମୋଟି ଭାବେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି।

ଆଜି ସକାଳେ ସିପିଆଇ-ଏମ୍, ଏସ୍ୟୁସିଆଇ, ସିଆଇଟିୟୁ, ଏୟାଇଟିୟୁସି, ଏଆଇକେଏସ୍, ଏଆଇକେକେଏମ୍ଏସ୍ ଓ ଡିଏସ୍ଓର କର୍ମକର୍ତା ଓ ସଦସ୍ୟମାନେ ପ୍ରଥମେ ଖୋର୍ଦ୍ଧା ନୂଆବସ୍‌ଷ୍ଟାଣ୍ଡ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନୟାଗଡ଼-ଖୋର୍ଦ୍ଧା ରାସ୍ତାକୁ କିଛି ସମୟ ପାଇଁ ଅବରୋଧ କରିଥିଲେ। ଏହାପରେ କୋର୍ଟ, ବ୍ୟାଙ୍କଛକ, ପୁରୁଣା ବସ୍ଷ୍ଟାଣ୍ଡ ଓ ମାରଓ୍ୱାଡି ପଟି ଦେଇ ଟାଉନ୍ହଲ୍ ଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ। ଏହି ପ୍ରତିବାଦ ସଭା ଓ ପିକେଟିଂ ବେଳେ ନଗର କଂଗ୍ରେସର ସଭାପତି ରଣଜିତ ମହାପାତ୍ର ଓ ଅନ୍ୟ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ।

ସହରର ଦୋକାନଗୁଡ଼ିକ ବନ୍ଦ ରହିଥିବା ବେଳେ ହୋଟେଲ୍, ପରିବା ବଜାର, କୋର୍ଟ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିଥିଲା। ରାସ୍ତାରେ ଯାତ୍ରୀବାହୀ ଯାନ, ଅଟୋ ଆଦି ଚଳାଚଳ କରୁଥିଲା ଖୋର୍ଦ୍ଧା ସହର ମଧ୍ୟରେ ବନ୍ଦର ପ୍ରଭାବ କିଛି କାଂଶରେ ଦେଖିବାକୁ ମିଳିଥିବା ବେଳେ ଉପକଣ୍ଠରେ ବନ୍ଦର ପ୍ରଭାବ ପ୍ରାୟତଃ କ୍ଷୀଣ ଥିଲା।

publive-image

ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସିପିଆଇ-ଏମ୍‌ ଜିଲ୍ଲା ସମ୍ପାଦକ ଅନନ୍ତ ମଙ୍ଗରାଜ ଅଧ୍ୟକ୍ଷତା କରିଥିଲେ। ଏସ୍ୟୁସିଆଇର ଲୋକାଲ୍ କମିଟି ସମ୍ପାଦକ ଅଶୋକ ସାହୁ, ସିଆଇଟିୟୁର ଜିଲ୍ଲା ସମ୍ପାଦକ ଶୈଳେଶ ବଳିଆରସିଂହ, ଶିକ୍ଷକ ନେତା କିଶୋର ଚନ୍ଦ୍ର ପରମଗୁରୁ, ଡିଏସ୍ଓ ନେତା ଜୟ‘ ମହାନ୍ତି ପ୍ରମୁଖ କେନ୍ଦ୍ର ସରକାରକୁ ତୀବ୍ର ସମାଲୋଚନା କରିଥିଲେ। କୃଷି ଆଇନ ପ୍ରତ୍ୟାହାର, ଶ୍ରମିକ ଆଇନ ପ୍ରତ୍ୟାହାର, ପେଟ୍ରୋଲିୟମ ଜାତଦ୍ରବ୍ୟର ଦାମ ହ୍ରାସ ଆଦି ଉପରେ ଦାବି ରଖିଥିଲେ। ଟୋକେନ୍ ପାଇଥିବା ଚାଷୀଙ୍କ ଠାରୁ ଧାନ କିଣାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ନେତାମାନେ ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe