କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ: ବାରିପଦାରେ ଶାନ୍ତିପୂର୍ଣ୍ଣ, ଆଂଶିକ ସଫଳ

କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ: ବାରିପଦାରେ ଶାନ୍ତିପୂର୍ଣ୍ଣ, ଆଂଶିକ ସଫଳ

ବାରିପଦା: କେନ୍ଦ୍ରର ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ମୟୂରଭଞ୍ଜ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ରହିଛି। ତେବେ ବନ୍ଦର ପ୍ରଭାବ ଆଂଶିକ ସଫଳ ଥିବା ଜଣାପଡ଼ିଛି। ସିଆଇଟିୟୁ, ସିପିଏମ, ସିପିଆଇ, କଂଗ୍ରେସ, ଏଆଇଟିୟୁସି ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା।

publive-image

ଆଜି ସକାଳ ୬ରୁ ସିପିଏମର ଜିଲ୍ଲା ସଭାପତି ରବି ଗୋସ୍ୱାମୀ, ସିପିଆଇର ଜଗବନ୍ଧୁ ମିଶ୍ର, ସିଆଇଟିୟୁର ଜିଲ୍ଲା ସାଧାରଣ ସମ୍ପାଦକ ଅମଲ ଦେଙ୍କ ନେତୃତ୍ୱରେ ରଘୁନାଥ ପଣ୍ଡା, କାହ୍ନୁ ଚରଣ ବେହେରା, ଅଶୋକ ଭଞ୍ଜଦେଓ ଚିତ୍ତରଞ୍ଜନ ବାରିକ, ସୁବାସିନୀ ବିନ୍ଧାଣୀ, ସୁଦର୍ଶନ ରାଉଳ, ସେହେବାଦୀ ବେଗମ୍‌, ଅନାଦି ଚରଣ ପାତ୍ର, ପୁଙ୍ଗି ମହାନ୍ତ, ଚୈତନ୍ୟ ପୂର୍ତ୍ତି, ଧନୁ ମାର୍ଣ୍ଡି, ରାମଚନ୍ଦ୍ର ପଣ୍ଡା ଉଠା ଜଳସେଚନ ନିଗମ ସଂଘର ମଧୁସୂଦନ ଜେନା, ଇପିଏଫ ସଂଘର ଜିଲ୍ଲା ସଭାପତି ମଦନ ମୋହନ ଜେନା, ସମ୍ପାଦକ ଗୋପାଳ ଚନ୍ଦ୍ର ଦାସ, ମହେଶ୍ୱର ବେହେରା, ଓଡ଼ିଶା ନିର୍ମାଣ ସଂଘର ବଳରାମ ମହାନ୍ତ, ପାଚିକା-ସହାୟିକା ସଂଘର ଉତ୍ତରା ବେହେରା ପ୍ରମୁଖଙ୍କ ସହିତ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ଯୋଗେଶ ଅଗ୍ରୱାଲା, ମହିଳା ନେତ୍ରୀ ସୁସ୍ମୀତା ଘୋଷାଲ, ଶାନ୍ତନୁ ପାଲ, ଜ୍ୟୋତି ପ୍ରକାଶ ରଥ, ପ୍ରଦୀପ ମିଶ୍ର, ଇତିଶ୍ରୀ ମିଶ୍ର, ବିଜୟ କୁମାର ସିଂ ପ୍ରମୁଖ ଦଳୀୟ ନେତା ଓ ସମର୍ଥକମାନେ ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତ ଓ କାର୍ଯ୍ୟାଳୟ ଆଦି ସମ୍ମୁଖରେ ପିକେଟିଂ ଆରମ୍ଭ କରିଥିଲେ ।

ତେବେ ଦୂରଗାମୀ ବସ୍‌ ଆଦି ସେବା ବନ୍ଦ ରହିଥିଲେ ମଧ୍ୟ ସହରରେ ଜୀବନଯାତ୍ରା ସ୍ବାଭାବିକ ଥିବା ପରିଲକ୍ଷିତ ହୋଇଥିଲା। ସେହିପରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe