ଭଦ୍ରକରେ ଭାରତ ବନ୍ଦ ସଫଳ

Advertisment
ଭଦ୍ରକରେ ଭାରତ ବନ୍ଦ ସଫଳ

Sambad

ଭଦ୍ରକ: କେନ୍ଦ୍ର ସରକାରଙ୍କର କୃଷି ବିଲ୍ କୁ ବିରୋଧ କରି ଆଜି ଦିନିକିଆ ଭାରତ ବନ୍ଦ ଡାକରା ଦିଆ ଯାଇଥିଲା ଏଇ ବନ୍ଦ ପାଳନର ପ୍ରଭାବ ଭଦ୍ରକ ଜିଲ୍ଲାରେ ପଡ଼ିଛି। ବିଭିନ୍ନ ସଂଗଠନ ପକ୍ଷରୁ ଏଇ ବନ୍ଦକୁ ସମର୍ଥ ଦିଆ ଯାଇଥିଲା। କିସାନ ମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବାମଦଳ ସମୂହ, କଂଗ୍ରେସ, କିଶାନ ମଜୁଦୂର୍ ସଂଘ, ବିଭିନ୍ନ କୃଷକ ସଂଗଠନ ଭଦ୍ରକର ଏଇ ବନ୍ଦ ପାଳନରେ ସାମିଲ ହୋଇଥିଲେ। ସକାଳ ୬ ଟାରୁ ବନ୍ଦ ପାଳନ କରାଯାଇଥିଲାବେଳେ ସଂଧା ୬ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ସ୍କୁଲ କଲେଜ ଓ ସମସ୍ତ ସରକାରୀ ଅଫିସ ବନ୍ଦ କରାଯାଇ ଥିଲା। ଆଜି ଭଦ୍ରକରେ ବନ୍ଦ ପାଳନ ବେଳେ ସହ ସହ ଆନ୍ଦୋଳନକାରୀ ଭଦ୍ରକ ସହରର ବନ୍ତ ଛକ ବସ୍ ଷ୍ଟାଣ୍ଡରେ ସମସ୍ତ ଗଡ଼ି ମଟରକୁ ଅଟକାଇ ଥିଲେ। ସହର ଭିତରକୁ କାହାକୁ ଛାଡ଼ି ନଥିଲେ। ସେହିପରି ବନ୍ଦର ପ୍ରଭାବରେ ଭଦ୍ରକ ସହରରେ ସମସ୍ତ ଦୋକାନ ବଜାର ସ୍କୁଲ କଲେଜ ସରକାରୀ ଅଫିସ ବନ୍ଦ ରହିଥିଲା।

କୋର୍ଟ, କଚେରି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ ରହିଥିଲା। ସେହିପରି ଚରମ୍ପା ରେଳ ଷ୍ଟେସନ ଓ ଷ୍ଟେସନ ବଜାରରେ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିଲା। ଭଦ୍ରକର ନୂଆ ବସ୍ ଷ୍ଟାଣ୍ଡରେ ସବୁ ବସ୍ ଠିଆ ହୋଇ ରହିଥିଲା। ଦିନ ତମାମ ୧୬ ନମ୍ବର ଜାତୀୟ ରାଜପଥ ଉପରେ ହଜାର ହଜାର ଟ୍ରକ ବସ୍ ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ଆଜିର ଏଇ ବନ୍ଦ ପାଳନରେ ସିପି ଆଇ ଏମ୍, ସିଟୁ, ସିପିଆଇଏମ୍ଏଲ୍, କଂଗ୍ରେସର ବହୁ ନେତା ଓ କର୍ମୀ ସାମିଲ ଥିଲେ। ସିଟୁ ନେତା ଦିବ୍ୟ ସିଂହ ନାୟକ, ଚନ୍ଦ୍ର ଶେଖର ନାୟକ, ରାଧା ଦାସ୍, ସମର ବଳ, କଂଗ୍ରେସ ଜିଲ୍ଲା ସଭାପତି ସୁବ୍ରତ ଦାସ୍, ରଜ କିଶୋର ସ୍ୱାଇଁ, ଭାବେନ୍ଦ୍ର ସାହୁ, ଶିବ ମହାନ୍ତି, ପ୍ରଫୁଲ୍ଲ ନାୟକ, ଅନନ୍ତ ଦାସଙ୍କ ସମେତ ଶତାଧିକ କର୍ମୀ ଓ ନେତା ବନ୍ଦ ଡାକରାରେ ସାମିଲ ଥିଲେ। ଭଦ୍ରକରେ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe