ଭୁଜାଲି ଦେଖାଇ ବାଇକ ଲୁଟ୍ ଘଟଣା: ଜଣେ ଗିରଫ, ୨ ଫେରାର

୨ ଥାନା ଇଲାକାରେ ଗୋଷ୍ଠୀ ସଂଘର୍ଷ, ମାରପିଟ୍ ମାମଲା:୧୪ ଅଭିଯୁକ୍ତ ଗିରଫ

Image Courtesy of India Today

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ପିପିଲିପାଲି ଗ୍ରାମ ନିକଟରେ ୩ ଦୁର୍ବୃତ୍ତ ବାଇକ ଚାଳକଙ୍କୁ ଭୁଜାଲି ଦେଖାଇ ବାଇକ ଲୁଟିନେଇ ପଳାଉଥିବା ବେଳେ ପୁଲିସ ଟିମ୍ ସାଙ୍ଗେ ସାଙ୍ଗେ ପିଛାକରି ଜଣକୁ କାବୁ କରିଥିବା ବେଳେ ସ୍କୁଟି ସହ ଅନ୍ୟ ୨ ଜଣ ଫେରାର ହୋଇ ଯାଇଛନ୍ତି। ସମ୍ପୃକ୍ତ ବାଇକ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଡୁଙ୍ଗୁରିପାଲି ଥାନା ପୁଲିସ। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨ ତାରିଖ ସନ୍ଧ୍ୟା ୭ ଟାରେ ଚିନାଯୁରୀ ଗ୍ରାମର ମୋତିଲାଲ ସେଠୀ ରାମପୁରରୁ ନିଜ ଗ୍ରାମକୁ ହୋଣ୍ଡା ସ୍କୁଟି ନଂ. ଓଡି-୩୧ଜେ-୧୧୯୫ରେ ଫେରୁଥିଲେ।

ତାଙ୍କୁ ପିଛା କରୁଥିବା ୩ ଜଣ ଦୁର୍ବୃତ୍ତ ପିପିଲିପାଲି ଛକଠାରେ ଭୁଜାଲି ଦେଖାଇ ସ୍କୁଟି ଲୁଟ୍ କରି ଚମ୍ପଟ ମାରିଥିଲେ। ମୋତିଲାଲ ତୁରନ୍ତ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିବା ପରେ ଆଇଆଇସି ସତ୍ୟନାରାୟଣ ପଧାନଙ୍କ ନେତୃତ୍ବରେ ପିଛାକରି ପୁଲିସ୍ ଟିମ୍ ବଲାଙ୍ଗୀର ଜିଲ୍ଳା ଜମୁଟିଆର ଦୀପକ ବରାଲେଣ୍ଡିଆକୁ ଗିରଫ କରିଥିଲା। ତେବେ ଅନ୍ୟ ଦୁଇଜଣ ଫେରାର ହେବାରେ ସଫଳ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe