ସେଲ୍ସମ୍ୟାନଙ୍କ ମାନବିକତା; ଅଳିଆଗଦାରୁ ପାଇଥିବା ଟଙ୍କାକୁ ସୁରକ୍ଷିତ ଭାବେ ମାଲିକଙ୍କୁ ଫେରାଇ ଦେଲେ

Advertisment
ସେଲ୍ସମ୍ୟାନଙ୍କ ମାନବିକତା; ଅଳିଆଗଦାରୁ ପାଇଥିବା ଟଙ୍କାକୁ ସୁରକ୍ଷିତ ଭାବେ ମାଲିକଙ୍କୁ ଫେରାଇ ଦେଲେ

ସୁନ୍ଦରଗଡ: ବର୍ତ୍ତମାନ କରୋନା କାଳରେ ଲକଡାଉନ ସଟଡାଉନ ଦ୍ବାରା ପ୍ରଭାବିତ ହୋଇ ପ୍ରାୟ ସମସ୍ତଙ୍କର ଆର୍ଥିକସ୍ଥିତି ଦୁର୍ବଳ ହୋଇ ପଡ଼ିଛି । ଏହି ସମୟରେ ଯଦି ଆପଣ ୨୨ ହଜାର ଟଙ୍କା କେଉଁଠାରେ ଅଜଣାତରେ ହଜେଇ ଦେଇ ଚାଲି ଆସୁଛନ୍ତି ତେବେ ଆପଣଙ୍କ ପରିସ୍ଥତି କିଭଳି ରହିବ ତାହା ଆପଣ ନିଜେ ଅନୁଭବ କରି ପାରୁଥିବେ। ତେବେ ସେହି ହଜି ଯାଇଥିବା ଟଙ୍କାକୁ ଯଦି ଆପଣ ପୁଣିଥରେ ଫେରି ପାଇବେ ତେବେ ଖୁସି ହେବାଟା ତ ସ୍ବଭାବିକ କଥା।

ଏପରି ଏକ ଘଟଣା ହେମଗିର ବ୍ଲକ ସ୍ଥିତ ଲୁଆବାହାଲ ଗାଁରେ ଘଟିଛି। ଟପରିଆ ପଞ୍ଚାୟତର କନ୍ଦାଧୁଡା ଗାଁର ବିବେକ ମଲ୍ଲିକଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ । ଘର ଖର୍ଚ୍ଚ, ପାଠପଢା ଖର୍ଚ୍ଚ ପାଇଁ ସେ ହେମଗିରସ୍ଥିତ ରାନୀ ସପିଂ କପଡା ଦୋକାନରେ ସେଲ୍ସମ୍ୟାନ ଭାବେ କରନ୍ତି । ଗତ ଅକ୍ଟୋବର ୧୪ ତାରିଖ ବୁଧବାର ଦିନ ସକାଳ ୮ ଟାରେ ଦୋକାନ ସଫା ସୁତରା କରି ରାସ୍ତା କଡରେ ଅଳିଆ ପକେଇବା ସମୟରେ ଅଳିଆ ଗଦା ପାଖରେ ୨୨ ହଜାର ଟଙ୍କା ପଡିଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ତେବେ ଏତେଗୁଡ଼ିଏ ଟଙ୍କାକୁ ଦେଖି ସେ ତିଳେ ମାତ୍ର ଲୋଭ ନକରି ସବୁ ଟଙ୍କାକୁ ଆଳିଆଗଦା ପାଖରୁ ସଂଗ୍ରହ କରି ତତକ୍ଷଣାତ୍ ଟଙ୍କାର ମାଲିକଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲେ। କିଛି ସମୟ ପରେ ହଜିଥିବା ଟଙ୍କା ମାଲିକ ସେହି ଜାଗାକୁ ଧଇଁସଇଁ ହୋଇ ଖୋଜିବାକୁ ଆସିଲେ ।

ବିବେକ ତାଙ୍କର ବିଚଳିତ ଅବସ୍ଥା ଦେଖି ସହଜରେ ଅନୁମାନ କରି ପାରିଥିଲେ ଯେ ଟଙ୍କା ନିଶ୍ଚୟ ଏହି ଲୋକଙ୍କର। ଉକ୍ତ ଲୋକଙ୍କ ଠାରୁ ସବୁକଥା ବୁଝିବା ପରେ ବିବେକ ସମସ୍ତ ଟଙ୍କାକୁ ମାଲିକଙ୍କୁ ହସ୍ତାନ୍ତର କରିଥିଲେ। ବିବେକ ମଲ୍ଲିକଙ୍କ ଏହି ପ୍ରଶଂସନୀୟ କାମ ହେମଗିର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe