ବାଇକ୍‌ ଧକ୍କା ଦେବାରୁ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଥାନା ଘେରିଲେ ଗ୍ରାମବାସୀ

ବାଇକ୍‌ ଧକ୍କା ଦେବାରୁ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଥାନା ଘେରିଲେ ଗ୍ରାମବାସୀ

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ ଗ୍ରାମପଞ୍ଚାୟତ ସନ୍ଧିବାହାଳି ଗାଁରେ ହେରମ୍ବ ବାରିକଙ୍କ ପୁଅ କୋଦଣ୍ଡ ବାରିକ (୨୦) ବୁଧୁବାର ରାତ ଖଡ଼ିଆଳରୁ ନିଜ କାମ ସାରି ଘରକୁ ଫେରୁଥିବା ବେଳେ ୨ ଜଣ ବାଇକ (ଓଡ଼ି୧୭ ସି ୪୧୨୮) ଆରୋହୀ ପଛପଟୁ ଧକା ଦେଇଥିଲେ।

ଘଟଣାସ୍ଥଳରେ ହେରମ୍ବ ଗୁରୁତର ହୋଇଥିଲେ। ତାଙ୍କୁ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ସ୍ଥାନୀୟ ମିଶନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ହେରମ୍ବଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ପରିବାର ନିହାତି ଗରିବ ଥିବାରୁ ଗ୍ରାମବାସୀ ଖଡ଼ିଆଳ ଥାନା ସମୂଖରେ କ୍ଷତିପୂରଣ ଦାବିରେ ଧାରଣା ଦେଇଥିଲେ। ଘଟଣାସ୍ଥଳକୁ ଅତିରିକ୍ତ ତସିଲଦାର ତପନ କୁମାର ନାୟକ ଆସି ରେଡ କ୍ରସ ପାଣ୍ଟି ରୁ ୧୦,୦୦୦ ଟଙ୍କା ପ୍ରଦାନ କରିଥିଲେ।

ପରେ ବାଦୀ ସରପଞ୍ଚ ଅନୁପ ସିଂ ଦେଓ ହରିସଁଚନ୍ଦ୍ର ଯୋଜନାରୁ ୨୦୦୦ ଟଙ୍କା ପ୍ରଦାନ କରିଥିଲେ। ଦୁର୍ଘଟଣା ଘଟାଇଥିବା ୨ ବାଇକ ଆରୋହୀଙ୍କୁ ପୁଲିସ ଅଟକ ରଖିଥିବା ଖଡ଼ିଆଳ ଥାନା ଆଇଆଇସି କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe