ବଲାଙ୍ଗୀରରେ ବିଦ୍ୟାଭାରତୀ, ଏଲ୍‌ଆଇ ତାଲିମର ପରୀକ୍ଷା ଦେଉଛନ୍ତି

ବଲାଙ୍ଗୀରରେ ବିଦ୍ୟାଭାରତୀ, ଏଲ୍‌ଆଇ ତାଲିମର ପରୀକ୍ଷା ଦେଉଛନ୍ତି

ବଲାଙ୍ଗୀର: ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ମୃତ ଏସିଏଫ୍ ସୌମ୍ୟଶେଖର ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା ଏବେ ବଲାଙ୍ଗୀରରେ ଅଛନ୍ତି। ବଲାଙ୍ଗୀର ଏଲ୍‌ଆଇ ତାଲିମ କେନ୍ଦ୍ରର ଛାତ୍ରୀ ବିଦ୍ୟାଭାରତୀ ଫାଇନାଲ ସେମିଷ୍ଟର ପରୀକ୍ଷା ଦେବାକୁ ଆସିଛନ୍ତି। ବୁଧବାର ସେ ପ୍ରଥମ ଦିନର ପରୀକ୍ଷା ଦେଇଛନ୍ତି। ଆସନ୍ତା ୮ ତାରିଖ ଯାଏ ବିଦ୍ୟାଭାରତୀ ବଲାଙ୍ଗୀରରେ ରହିବେ ବୋଲି ଜଣାପଡ଼ିଛି। ତାଙ୍କ ସହପାଠୀଙ୍କ କହିବାନୁସାରେ, ସେ କାହା ସହ କଥା ହୋଇନଥିଲେ। ପରୀକ୍ଷା ସରୁ ସରୁ ସେ ପରୀକ୍ଷା କେନ୍ଦ୍ର ବାହାରକୁ ଚାଲିଯାଇଥିଲେ। ସମସ୍ତ ପରୀକ୍ଷାର୍ଥୀ ହଷ୍ଟେଲରେ ରହି ପରୀକ୍ଷା ଦେଉଥିବା ବେଳେ ସେ ବାହାରେ ରହି ଯିବାଆସିବା କରୁଛନ୍ତି। ଏକ କାର୍‌ରେ ସେ ପରୀକ୍ଷା କେନ୍ଦ୍ରକୁ ଆସିଥିବା ବେଳେ ସେଥିରେ ହିଁ ସେ ଫେରିଥିଲେ। ଗଣମାଧ୍ୟମକୁ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe