ସ୍ବାଭିମାନ ଅଂଚଳର ସାଲବେଗ; ବିନା ତାଲିମରେ ବି ଦକ୍ଷ ସଂଗୀତଜ୍ଞ ଭଳି ଗୀତ ଗାଉଛନ୍ତି ବିଘ୍ନ

ସ୍ବାଭିମାନ ଅଂଚଳର ସାଲବେଗ; ବିନା ତାଲିମରେ ବି ଦକ୍ଷ ସଂଗୀତଜ୍ଞ ଭଳି ଗୀତ ଗାଉଛନ୍ତି ବିଘ୍ନ

ମାଲକାନଗିରି: ବିଘ୍ନଦେବ ଖରା। ବୟସ ପାଖାପାଖି ୨୩ ହେବ। ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକର ନାକାମାମୁଡି ଗ୍ରାମରେ ଘର। ନାକାମାମୁଡି ଗ୍ରାମଟି ସଂପୂର୍ଣ୍ଣ ନକ୍ସଲ ପ୍ରବଣ ଥିଲା। ଏବେ ସୁରକ୍ଷାକର୍ମୀଙ୍କ କବଜାରେ। ବିଘ୍ନ ଦଶମ ଫେଲ ହେବା ପରେ ଗ୍ରାମରେ ହିଁ ରୁହନ୍ତି। ନିଜର ବୋଲି କିଛି ଜମି ରହିଛି। ସେଥିରେ ହିଁ ପରିବାର ଚଳେ। ବିଘ୍ନ ଚାଷ କାମରେ ବାପାଙ୍କୁ ସହଯୋଗ କରନ୍ତି। କିନ୍ତୁ ତାଂକର ନିଶା ହେଲା କାଳିଆଙ୍କ ଭଜନ ବୋଲିବା। ଚାଷ କାମ କଲା ବେଳେ ହେଉ ବା ଭାତ ଖାଇବା ପୂର୍ବରୁ ହେଉସେ ଭଜନ ବୋଲିବା ଛାଡନ୍ତି ନାହିଁ। ଲୋକେ ତାଂକୁ ସ୍ବାଭିମାନ ଅଂଚଳର ସାଲବେଗ ବୋଲି ଡାକନ୍ତି। ଜଣେ ଦକ୍ଷ ସଂଗୀତଜ୍ଞ ଭଳି ସେ ଭଜନ ବୋଲୁଥିବା ଦେଖିବାକୁ ମିଳେ। ପ୍ରଥମେ ତାଂକୁ ଭେଟିଥିଲେ ସ୍ବାଭିମାନ ଅଂଚଳର ଯଡାମ୍ବା ପଞ୍ଚାୟତର ସିଆରସିସି ଶିବା ସରକାର। ଲଞ୍ଚରେ ଡାଇକ-୩ରୁ ପଣସପୁଟ ପଞ୍ଚାୟତର ସିନ୍ଧିପୁଟ ଗ୍ରାମକୁ ଯାଉଥବା ବେଳେ ତାଂକର ଭଜନ ସେ ଶୁଣିଥିଲେ। ବିଘ୍ନଙ୍କ ଭଜନ ଏତେ ସୁମଧୁର ଥିଲା ଯେ ଶିବା ସରକାର ତୁରନ୍ତ ନିଜ ମୋବାଇଲରେ ଭିଡିଓ କରିଥିଲେ।

publive-image Sambad

ଏବେ ସେହି ଭିଡିଓ ଭାଇରାଲ ହେବାକୁ ଲାଗିଛି। ଲଞ୍ଚରେ ଯିବା ବେଳେ ଘଣ୍ଟା ଘଣ୍ଟା ଧରି ଲୋକେ ଲଞ୍ଚରେ ବସି ନିଦ୍ରାଗ୍ରସ୍ତ ହେଉଥିବା ବେଳେ ବିଘ୍ନଙ୍କ ଭଜନ ଶୁଣି ସମସ୍ତେ ପୁଣି ସଚେଜ ହୋଇଯାଉଥିବା ଦେଖିବାକୁ ମିଳେ। ସ୍ବାଭିମାନ ଅଂଚଳରେ ସେ ଏବେ ବେଶ ପରିଚିତ। ପ୍ରତିଦିନ ଭଜନ ବୋଲି ନିଜକୁ ସେ ଆହୁରି ଦକ୍ଷ କରିବାକୁ ଚାହୁଁଛନ୍ତି। ତେବେ ତାଂକର କେହି ଗୁରୁ ନଥିବାରୁ ନିଜେ ଯାହା ମୋବାଇଲ ଏବଂ ରେଡିଓରୁ ଶୁଣନ୍ତି ତାକୁ ହିଁ ବୋଲନ୍ତି। କୋରାପୁଟର ବନ୍ଧୁଗାଁର ଜଣେ ଆଦିବାସୀ ଝିଅଙ୍କ ଗୀତ ଯେପରି ଭାଇରାଲ ହେଲା ଏବଂ ସେ ରାତାରାତି ଭୁବନେଶ୍ବରରେ ପହଞ୍ଚି ଗୀତ ରେକର୍ଡିଂ କରିପାରିଲେ। ଯଦି ବିଘ୍ନଙ୍କୁ ମଧ୍ୟ ସୁଯୋଗ ମିଳେ ତେବେ ସେ ନିଶ୍ଚୟ ଭଲ କରିବେ ବୋଲି ଆଲୋଚନା ଜୋର ଧରିଛି। ବିଘ୍ନ ଗୀତ ବୋଲିବା ମାତ୍ରେ ଲୋକେ କିଛି ସମୟ ସେଠାରେ ଅଟକିଯାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe