ବିଜାପୁର ନକ୍ସଲ ଆକ୍ରମଣ ଘଟଣା: ପ୍ରେସ ବିଜ୍ଞପ୍ତି ଜାରିକରି ନକ୍ସଲ କହିଲେ- ୨୪ ଯବାନ ସହିଦ୍ ହୋଇଛନ୍ତି

Advertisment

୪ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଛି

୪ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଛି

ବିଜାପୁର ନକ୍ସଲ ଆକ୍ରମଣ ଘଟଣା: ପ୍ରେସ ବିଜ୍ଞପ୍ତି ଜାରିକରି ନକ୍ସଲ କହିଲେ- ୨୪ ଯବାନ ସହିଦ୍ ହୋଇଛନ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଜିରାଗୁଡମ ଠାରେ ପୁଲିସ ଆରମ୍ଭ କରିଥିବା ସମାଧାନ-ପ୍ରହାର ଅଭିଯାନକୁ ଜବାବ ଦେଇଛି ପିଏଲଜିଏ। ଆଜି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ଏହା କୁହାଯାଇଛି। ବିଜ୍ଞପ୍ତି ଅନୁଯାୟୀ ଗତ ୨୦୨୦ ଅଗଷ୍ଟ ମାସରେ ଦିଲ୍ଲୀରେ ହୋଇଥିବା ବୈଠକରେ ଏହି ଆକ୍ରମଣର ଯୋଜନା କରାଯାଇଥିଲା। ଏଥିରେ ବସ୍ତର ଆଇଜି ସୁନ୍ଦରରାଜ ପିଙ୍କୁ ପ୍ରଭାରୀ ଦାୟୀତ୍ବ ପ୍ରଦାନ କରାଯାଇଛି। ସେହିପରି ବିଶେଷ ଅଧିକାରୀ ଭାବେ ଡିଜିପି ଅଶୋକ ଜୁନେଜାଙ୍କୁ ନିଯୁକ୍ତି ଦିଆଗଲା।

ଗତ ୨୦୨୦ ନଭେମ୍ବର ମାସ ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ୧୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି। ଏଥିସହ ହଜାରରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କୁ ଜେଲରେ ବନ୍ଦୀ କରାଯାଇଛି। ମହିଳାଙ୍କ ପ୍ରତି ଅସଦାଚରଣ କରାଯାଇଛି। ବିକାଶ ନାମରେ ମିଥ୍ୟା ପ୍ରଚାର କରାଯାଉଛି। ମାଓବାଦୀ ବିକାଶ ବିରୋଧୀ ବୋଲି ମିଥ୍ୟା ଅପପ୍ରଚାର କରାଯାଉଛି।ରାସ୍ତା, ପାନୀୟ ଜଳ ଇତ୍ୟାଦିକୁ ନକ୍ସଲ ବିରୋଧ କରୁଥିବା କୁହାଯାଉଛି। ସ୍କୁଲ କଲେଜକୁ ଧ୍ବଂସ କରୁଛନ୍ତି ନକ୍ସଲ। କ୍ୟାମ୍ପଗୁଡିକକୁ ହଟାଇବା ପାଇଁ ଦାବି କରୁଛନ୍ତି ନକ୍ସଲ ବୋଲି ପ୍ରଚାର କରାଯାଉଛି।

publive-image

ଗତ ୩ ତାରିଖ ଦିନ ୨ ହଜାର ପୁଲିସକୁ ନେଇ ଜିରାଗୁଡମ ଗ୍ରାମରେ ହମଲା କରିବା ପାଇଁ ଆସିଥିଲେ। ଯାହାର ଜବାବ ପିଏଲଜିଏ ଦେଇଛି।ଏହି ଯୁଦ୍ଧରେ ୨୪ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା ନକ୍ସଲ ସଂଗଠନ କହିଛି। ସେହିପରି ୪ ଜଣ କ୍ୟାଡର ନକ୍ସଲ ମଧ୍ୟ ନିହତ ହୋଇଥିବା ପ୍ରବକ୍ତା ବିକଳ୍ପ କହିଛି। ସେମାନେ ହେଲେ କମ୍ରେଡ ଅଡି ସୋନି, କମ୍ରେଡ ପଦାମ ଲାଖମା, କମ୍ରେଡ କାବାସି ବଦରୁ ଏବଂ କମ୍ରେଡ ନୁପା ସୁରେଶ। କମ୍ରେଡ ସୋନିର ଶବକୁ ଆମେ ନେଇପାରିଲୁ ନାହିଁ ବୋଲି ସଂଗଠନ କହିଛି। ଅନ୍ୟ ତିନି ଜଣଙ୍କର ଶବକୁ କ୍ରାନ୍ତିକାରୀ ରୀତିନୀତିରେ ଶବ ସତ୍କାର କରାଯାଇଛି। ପୁଲିସ ଆମର ଶତ୍ରୁ ନୁହନ୍ତି। କିନ୍ତୁ ଶାସକ ବର୍ଗଙ୍କ ପାଇଁ ଏମାନେ ନିଜକୁ ବଳିଦାନ ଦେଉଛନ୍ତି। ଯେଉଁଥିପାଇଁ ଆମେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛୁ ବୋଲି କୁହାଯାଇଛି।ଏହି ଯୁଦ୍ଧରେ ଆମେ ୧୪ଟି ଅସ୍ତ୍ରଶସ୍ତ୍ର ଲୁଟ କରିବା ସହ ୨ ହଜାରରୁ ଉର୍ଦ୍ଧ୍ବ ଜୀବନ୍ତ ଗୁଳି ଜବତ କରିଛୁ।

ଆଲୋଚନା କରିବା ପାଇଁ ଆମେ ପ୍ରସ୍ତୁତ ବୋଲି ସଂଗଠନ କହିଛି। ସରକାର ଇମାନଦାରି ସହ କଥାବାର୍ତ୍ତା ହେଲେ ଆମେ ମଧ୍ୟ କଥା ହେବୁ।କଥାବାର୍ତ୍ତା ପାଇଁ ଏକ ସୁନ୍ଦର ବାତାବରଣ ସରାକର ପ୍ରସ୍ତୁତ କରନ୍ତୁ। ସରକାର ଏହା ନକରି ପୁଲିସକୁ ଏକତ୍ରୀତ କରିବା, ହମଲା କରିବା, କ୍ୟାମ୍ପ ପ୍ରତିଷ୍ଠା କରିବା ଭଳି ଭୁଲ କାମ କରୁଛି। ଏତେ ସଂଖ୍ୟକ ପୁଲିସ ମୃତ୍ୟୁବରଣ କରିବା ପଛରେ ସରକାର ଦାୟୀ ବୋଲି କହିଛନ୍ତି। ତେବେ ନକ୍ସଲ ସଂଗଠନ ପକ୍ଷରୁ କୁହାଯାଇଛି ଯେ କଥାବାର୍ତ୍ତା ପାଇଁ ନିର୍ଦ୍ଧିଷ୍ଟ ବ୍ୟକ୍ତିମାନଙ୍କ ନାମ ଘୋଷଣା କରାଯାଉ। ତାପରେ ଆମେ ବନ୍ଦୀ କରିଥିବା ଯବାନଙ୍କୁ ମୁକ୍ତ କରିଦେବୁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe