୧୦୫ତମ ବିଜୁ ଜୟନ୍ତୀ: ସରକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଚାଂଅ, ସାଇକେଲ ଶୋଭାଯାତ୍ରାରେ ଭାଗ ନେଲେ ପୂର୍ବତନ ମନ୍ତ୍ରୀ

Advertisment
୧୦୫ତମ ବିଜୁ ଜୟନ୍ତୀ: ସରକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଚାଂଅ, ସାଇକେଲ ଶୋଭାଯାତ୍ରାରେ ଭାଗ ନେଲେ ପୂର୍ବତନ ମନ୍ତ୍ରୀ

ଜୟପୁର: କୋରାପୁଟ ଜିଲା ଜୟପୁରଠାରେ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଉତ୍ସବ ଜୟପୁର ନିର୍ବାଚନମଣ୍ଡଳୀର ବିଜେଡି କର୍ମକର୍ତ୍ତା ଏବଂ କର୍ମୀମାନଙ୍କୁ ନେଇ ପାଳନ କରାଯାଇଥିଲା। ସ୍ଥାନୀୟ ଜ୍ୟୋତି କଲ୍ୟାଣ ମଣ୍ତପ ଠାରେ ଏହା ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ଯୋଗ ଦେଇଥିବା ବକ୍ତାମାନେ କେନ୍ଦ୍ର ବିରୋଧରେ ବିଶୋଧଗାର କରିବା ସହ ବିଜୁ ବାବୁଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ବାରମ୍ବାର ଦାବି କରିବା ସତ୍ବେ କାହିଁକି ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଥିଲେ।

publive-image

ବିଭିନ୍ନ ଜନହୀତକାରୀ ସରକାରୀ ଯୋଜନା ଗୁଡ଼ିକ କିଭଳି ତୃଣମୂଳସ୍ତରରେ ପହଚିଂବ ସେ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ଓ ପୌରନିର୍ବାଚନ ପାଇଁ ଅଣ୍ଟାଭିଡ଼ି ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ। ବିଜେଡି ବରିଷ୍ଠ ନେତା ବିଷ୍ଣୁପ୍ରସାଦ ପାତ୍ରଙ୍କ ସଭାପତିତ୍ବ କରିଥିବା ବେଳେ ମଂଚକୁ ନଗର ବିଜେଡି ସଭାପତି ହର ମିଶ୍ର ସଂଯୋଜନା କରିଥିଲେ।

ଏଥିରେ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ବରିଷ୍ଠ ବିଜେଡିନେତ୍ରୀ ଡ.ଇନ୍ଦିରା ନନ୍ଦ, ପୂର୍ବତନ ଉପାଧ୍ୟକ୍ଷ ମୁନ୍ନା ରଥ, ବରିଷ୍ଠ ନେତା ଅନୁପ ପାତ୍ର, ଦୁର୍ଗା ମିଶ୍ର, ବାଲା ରାୟ , ତାପସ ପଣ୍ଡା ପ୍ରମୁଖ ଯୋଗ ଦେଇ ଦଳକୁ ସଂଗଠିତ କରି ପୂର୍ବ ଗୌରବକୁ ଫେରାଇ ଆଣିବାକୁ କହିଥିଲେ। ଆଗାମୀ ଦିନରେ ହେବାକୁ ଥିବା ପୌରନିର୍ବାଚନ, ପଂଚାୟତ ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତ ହେବାକୁ ପଡିବ ବୋଲି କହିଥିଲେ। ପ୍ରାରମ୍ଭରେ ବିଜୁ ରାଜନହର ଠାରେ ଥିବା ବିଜୁ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଠାରୁ ପୂର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦଙ୍କ ନେତୃତ୍ବରେ ଏକ ସାଇଲେକରାଲି ଜ୍ୟୋତି କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe