ଏୟାର ଷ୍ଟ୍ରିପ ବିସ୍ଥାପିତଙ୍କୁ ବିଜୁ ପକ୍କା ଘର କାର୍ଯ୍ୟାଦେଶ ବଣ୍ଟନ

Advertisment
ଏୟାର ଷ୍ଟ୍ରିପ ବିସ୍ଥାପିତଙ୍କୁ ବିଜୁ ପକ୍କା ଘର କାର୍ଯ୍ୟାଦେଶ ବଣ୍ଟନ

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡଗୁଡା ପଞ୍ଚାୟତର କୋଟେଲିଗୁଡା ଗ୍ରାମ ନିକଟରେ ହେବାକୁ ଥିବା ଏୟାର ଷ୍ଟ୍ରିପ ପାଇଁ ଜମି ଅଧିଗ୍ରହଣ ଏକ ପ୍ରକାର ସମାପ୍ତ ହୋଇଯାଇଛି। ଏୟାର ଷ୍ଟ୍ରିପ ପାଇଁ ଲଗାତାର ପ୍ରଶାସନ ତରଫରୁ ବିଭିନ୍ନ ତଦାରଖ ଆରମ୍ଭ ହୋଇଛି। ତେବେ କୋଟେଲିଗୁଡା ଗ୍ରାମର ୫୫ ପରିବାର ଏଥିପାଇଁ ପ୍ରଭାବିତ ହେବେ। ଏହି ୫୫ ପରିବାର ବିସ୍ଥାପିତ ହୋଇଥିବାରୁ ପ୍ରଶାସନ ତରଫରୁ ସମସ୍ତଙ୍କୁ ଆଶ୍ରୟସ୍ଥଳୀ ପ୍ରଦାନ କରାଯାଉଛି। ପୂର୍ବରୁ ୧୯ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ପ୍ରଦାନ କରାଯାଇଥିବା ବେଳେ ଆଜି ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବଳକା ୩୬ ଜଣ ବିସ୍ଥାପିତଙ୍କୁ ସ୍ବତନ୍ତ୍ର ବିଜୁ ପକ୍କା ଘର ପ୍ରଦାନ କରାଯାଇଛି। ସାମୁହିକ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ପିଡି, ଡିଆରଡିଏ ବାଳମୁକୁନ୍ଦ ଭୁୟାଁ, ଏପିଡି ମାନସ ମିଶ୍ର, ସାଉଥକୋର ନିର୍ବାହୀ ଯନ୍ତ୍ରୀ ଶ୍ରୀ ନାୟକ, ତହସିଲଦାର ଗୁଣନିଧି ନାୟକ, ବିଡିଓ ଅଜୟ କୁମାର ପ୍ରଧାନ, ପିଇଓ ବିଷ୍ଣୁଚରଣ ତ୍ରିପାଠୀ ଓ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe