ସରକାରୀ ସହାୟତାରୁ ବଞ୍ଚିତ ବିଜୁଳି, ଗାଁ ମଣ୍ତପରେ ନେଉଛନ୍ତି ଆଶ୍ରୟ

ସରକାରୀ ସହାୟତାରୁ ବଞ୍ଚିତ ବିଜୁଳି, ଗାଁ ମଣ୍ତପରେ ନେଉଛନ୍ତି ଆଶ୍ରୟ

ବୀରମହାରାଜପୁର: ଦିନେ ନୁହେଁ କି ଦୁଇଦିନ ନୁହେଁ। ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ। ଦୀର୍ଘ ବାରବର୍ଷ ହେଲା ଗାଁ ମଣ୍ଡପରେ ଦିନ ବିିତାଉଛନ୍ତିି ଜଣେ ସତୁରୀ ବର୍ଷୀୟ ବୃଦ୍ଧା। କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ କେନଝିରିଆପାଲୀ ପଞ୍ଚାୟତ ବାରଝୁଲା ଗ୍ରାମର ବିଜୁୁୁଳି ସେଠୀ। ଘରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ ଫଳରେ ଗାଁ ମଣ୍ଡପ ହିଁ ସାଜିଛି ତାଙ୍କ ଘର। ତାଙ୍କ ଉପରେ କୌଣସି ସରକାରୀ ଅଧିକାରୀଙ୍କ ଦୃଷ୍ଟି ପଡିନାହିଁ କି କୌଣସି ସରକାରୀ ବ୍ୟବସ୍ଥା ପହଞ୍ଚି ପାରିନାହିଁ।

ବିଜୁଳି ସେଠୀଙ୍କ ପାଖରେ ନାଁ ଅଛି ମୁଣ୍ଡ ଗୁଞ୍ଜିବାକୁ ଘର, ନାଁ ମିଳୁଛି ସରକାରୀ ରାସନ ସାମଗ୍ରୀ। କେବଳ ୫ଶହ ଟଙ୍କା ଭତ୍ତା ହିଁ ସବୁକିଛି। ଏଣୁ ସେଇ ପଇସାରେ ତେଲ ଲୁଣ କିଣିଲା ପରେ ମଣ୍ଡପରେ ହିଁ ଚାଲେ ତାଙ୍କର ରୋଷେଇ। ଗାଁର ଏହି ମଣ୍ଡପ ହିଁ ତାଙ୍କ ପାଇଁ ସବୁକିଛି। ଏଇଠି ଖାଇବା ସହ  ଏଇଠି ଶୋଇଥାନ୍ତି ସେ। ଏମିତିକି ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମୁଖରେ ମଧ୍ୟ କିଛି କହିବାକୁ ଚାହିଁ ନାହାଁନ୍ତି। ବିଜୁଳିଙ୍କ ଦିନେ ଥିଲା ସୁଖର ସଂସାର। ୩ ପୁଅ ଓ ସ୍ୱାମୀଙ୍କୁ ନେଇ ଖୁସିରେ ରହୁଥିଲେ ସେ। ହେଲେ ସ୍ୱାମୀଙ୍କ ମତ୍ୟୁ ଓ ପୁଅମାନଙ୍କ ବାହାଘର ପରେ ସବୁକିଛି ଓଲଟ ପାଲଟ ହୋଇଗଲା।

ବଡ ପୁଅର ମୃତ୍ୟୁ ହୋଇଗଲା ପରେ ଅନ୍ୟ ଦୁଇପୁଅ ଗାଁରେ ଥିବା ଜମିବାଡି ଓ ଘରଦ୍ୱାର ସବୁକିଛି ବିକ୍ରି କରି ନିଜ ନିଜ ଶାଶୁଘରେ ରହୁଛନ୍ତି। ବୃଦ୍ଧ ମାଁ କଥା କେହିବି ବୁଝିବାକୁ ନାରାଜ।  ବିଜୁଳିଙ୍କ ଏଭଳି ଅବସ୍ଥା କଥା ସଭିଏଁ ଦେଖୁଛନ୍ତି। ହେଲେ ତାଙ୍କ ବିଷୟରେ କେହିବି ଚିନ୍ତା କରୁନାହଁନ୍ତି। ନିଜେ ବିଜୁଳି ମଧ୍ୟ ଭାଗ୍ୟକୁ ଆଦରି କାହାକୁ କିଛି ନ କହି ଏହିଭଳି ଦୟନୀୟ ଜୀବନ ବିତାଉଛନ୍ତି। ଯେତେ ଖରା ହେଉ କି ବର୍ଷା ଓ ଶୀତ ଏଇ ଗାଁ ମଣ୍ଡପି ହିଁ ତାଙ୍କର ଘରଦ୍ୱାର ସବୁକିଛି। ଏଣୁ ତାଙ୍କ ପାଇଁ ସରକାରୀ ଭାବେ ମୁଣ୍ଡ ଗୁଞ୍ଜିବାକୁ ଘର ଓ ରାସନ ସାମଗ୍ରୀ ଯୋଗାଇଦେବାକୁ ଏବେ ଗ୍ରାମବାସୀ ଦାବି କରିଛନ୍ତି।

ସେପଟେ ଖବର ପାଇ ତାଙ୍କ ବିଷୟରେ ଅନୁଧ୍ୟାନ କରିଥିବା ବିଡିଓଙ୍କୁୁ ପଚାରିବାରୁ ବିଜୁଳି ସେଠୀଙ୍କୁ ଜିଲ୍ଲା ସଦର ମହକୁମାରେ ଥିବା ବୃଦ୍ଧା ଶ୍ରମରେ ରଖିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଦୀର୍ଘ ବାରବର୍ଷ ହେଲା କୈଣସି ରାଜନୈତିକ ବ୍ୟକ୍ତି ବିଶେଷ କିମ୍ବା ପ୍ରଶାସନିକ ଅଧିକାରୀ କେମିତି ବିଜୁଳିଙ୍କ ବିଷୟରେ  ଜାଣିପାରିଲେ ନାହିଁ  ନା ଜାଣ ନୀରବ ରହିଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। କଥାରେ ଅଛି ଚେଇଁ ସୋଇବ  ଯିଏ ତାକୁ ଉଠାଇବ କିଏ। ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ବିଜୁଳି ସେଠୀଙ୍କ ସୁବ୍ୟବସ୍ଥା କରିବାକୁ ଜନସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe