ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୀକ୍ଷା ବୈଠକ

ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୀକ୍ଷା ବୈଠକ

​ଖୋର୍ଦ୍ଧା: ବିକଶିତ ଭାରତ ସଂକଳ୍ପ ଯାତ୍ରାର ଏକ ସମୀକ୍ଷା ବୁଧବାର ଅପରାହ୍‌ଣରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡ଼ିକ କିଭଳି ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେଉଛି ସେନେଇଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ, ଶୌଚାଳୟ, ଖାଦ୍ୟ ସୁରକ୍ଷା ଯୋଜନା, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ସାମାଜିକ ସୁରକ୍ଷା ଆଦି ଯୋଜନାରେ ହିତାଧିକାରୀମାନଙ୍କୁ ସଚେତନ କରିବାକୁ ଚଳିତ ମାସ ତୃତୀୟ ସପ୍ତାହରେ ଆରମ୍ଭ ହେବାକୁ ଥିବା ସଚେତନତା ଅଭିଯାନର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

ଏହି ବୈଠକରେ ସଂକଳ୍ପ ଯାତ୍ରାର ଜିଲ୍ଲା ପ୍ରଭାରୀ ତଥା କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିଯୁକ୍ତି ବିଭାଗର ଡେପୁଟି ସଚିବ ଡ ପ୍ରଦୀପ କୁମାର ଜେନା ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡ ବାଦଲ କୁମାର ମହାନ୍ତି ବୈଠକର ସଂଯୋଜନା କରିବା ସହ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଆର୍ତବନ୍ଧୁ ନାୟ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବାନଥ ତରାଇ,  ଡିଆର୍‌ସିଏସ୍‌ ଅଳକାନନ୍ଦା ଜେନା, ଜିଲ୍ଲା କୃଷି ଅଧିକାରୀ ଶରତ ଚନ୍ଦ୍ର ପରିଡ଼ା, ଡିଆଇଓ ଅଜୟ କୁମାର ସାହୁ, ଡିଆଇପିଆର୍‌ଓ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe