ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଆହତ

Advertisment
ଯଖପୁରା : ଟ୍ରେନ୍‌ ଧକ୍କାରେ ଜଣେ ମୃତ

DNA India

ବାରିପଦା: ଆଜି ରାତି ପ୍ରାୟ ୮ଟା ସମୟରେ ଷ୍ଟେସନବଜାର-କେସି ସର୍କଲ୍‌ ରାସ୍ତାର ରିଲାଏନ୍ସ ଟ୍ରେଣ୍ଡ୍‌ ନିକଟରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ୱାର୍ଡ ନଂ-୧୨ ଅନ୍ତର୍ଗତ ପ୍ରଫୁଲନଗରର ରଜତ କୁମାର ଦାଶ ବୋଲି ଜଣାପଡ଼ିଛି। ମୃତକ ଜଣଙ୍କ ଷ୍ଟେସନବଜାରରୁ କେସି ସର୍କଲ ଅଭିମ‌ୁଖେ ଏକୁଟିଆ ବାଇକ୍‌ରେ ଯାଉଥିବାବେଳେ ଅପରପାର୍ଶ୍ବରୁ ଆସୁଥିବା ଆଉ ଏକ ମୋଟରସାଇକେଲ୍‌ ସହିତ ଧକା ହୋଇଥିଲା।

ଦୁର୍ଘଟଣାଗ୍ରସ୍ତ ଦୁଇ ମୋଟରସାଇକେଲ୍‌ ନମ୍ବର ଯଥାକ୍ରମେ ହେଉଛି ଓଡ଼ି-୧୧-ଆର-୧୪୭୦ ଏବଂ ଓଆର-୦୫-ଆର-୩୮୧୦। ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ବାଇକ ଆରୋହୀ ଗୁରୁତର ହୋଇ ପିଆରଏମ୍‌ରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲ ନିଆଯାଇଥିଲେ ସୁଦ୍ଧା ସେଠାରେ ସେ ମୃତ୍ୟୁବରଣ କରିଥିଲେ।

ହେଲ୍‌ମେଟ ଥିଲେ ବଞ୍ଚିପାରିଥାନ୍ତା ଜୀବନ
ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ରଜତଙ୍କର ମୁଣ୍ଡରେ ଆଘାତ ଲାଗିଛି। ମାତ୍ର ଡାକ୍ତରଙ୍କ କହିବା ଅନୁଯାୟୀ ଯଦି ମୃତକ ଜଣଙ୍କ ହେଲ୍‌ମେଟ ପିନ୍ଧିଥାନ୍ତେ ତେବେ ହୁଏତ ସେ ବଞ୍ଚିଯାଇପାରିଥାନ୍ତେ। ସରକାର ହେଲ୍‌ମେଟ ପିନ୍ଧିବା ନିମନ୍ତେ ଯେତେ‌େ କଡ଼ା ନିୟମ କଲେ ମଧ୍ୟ ଏବେବି ଲୋକ ଏହାକୁ ମାନିବାକୁ ନାରାଜ। ଫଳରେ ଅକାଳରେ ଅନେକ ଜୀବନ ଝରିଯାଉଛି। ଆଜିର ଦୁର୍ଘଟଣା ଏହାର ଏକ ଜ୍ବଳନ୍ତ ଉଦାହରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe