୨ ବାଇକ୍ ମୁହାଁମୁହିଁ : ଶିଶୁକନ୍ୟା ମୃତ, ୪ ଗୁରୁତର

Advertisment
ଦୁର୍ଘଟଣାରେ ଶିଳ୍ପ ବିଭାଗ ଅତିରିକ୍ତ ସଚିବଙ୍କ ମୃତ୍ୟୁ

अमर उजाला

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତା ଗଣିଆନାଳ ଛକ ମା’ ଖେମୁଣ୍ଡିକାଳୁଆ ଫାଟକ ନିକଟରେ ଆଜି ସନ୍ଧ୍ୟାରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଏକ ଦେଢ଼ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।
ମୃତକ ଶିଶୁକନ୍ୟାଜଣକ ହେଉଛି, ଦିଗପହଣ୍ଡି ଥାନା ବି.ତୁରୁବୁଡି ପଞ୍ଚାୟତ ମରେଇବାଡି ଗ୍ରାମର ଚାନ୍ଦିନୀ ମଲ୍ଲିକ। ଦୁର୍ଘଟଣାରେ ଶିଶୁକନ୍ୟାର ମାଆ ସାରସୁ (୩୫), ବାପା ଜୁରିଆ (୪୦) ଓ ଭାଇ ଚନ୍ଦନ ମଲ୍ଲିକ ଓ ଲକ୍ଷ୍ମୀନାରାୟଣପୁର ଗ୍ରାମର ବାଇକଚାଳକ ଅଜୟ ଦଳବେହେରା ଗୁରୁତର ହୋଇଛନ୍ତି। ଆଜି ଜୁରିଆ ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ନେଇ ସିଡି ଡିଲକ୍ସ ବାଇକ୍‌ରେ ତପ୍ତପାଣି ବୁଲିବାକୁ ଯାଉଥିଲେ। ସନ୍ଧ୍ୟାରେ ଗ୍ରାମକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଅଜୟ ଓ ତାଙ୍କ ସହଯୋଗୀଙ୍କ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦିଗପହଣ୍ଡି ପୁଲିସ ସମସ୍ତଙ୍କୁ ଆମ୍ବଲାନ୍ସରେ ଆଣି ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଜୁରିଆଙ୍କ ଝିଅ ଚାନ୍ଦିନୀକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଶବକୁ ଜବତ କରିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe