ପାହାଡ ତଳେ ବାଇକ ଦୁର୍ଘଟଣା: ଗୁରୁତର ଯୁବକ ଡାକ୍ତରଖାନାରେ ମୃତ୍ୟୁ

Advertisment
ରାସ୍ତା କଡ଼ରେ ଛିଡାହୋଇଥିବା ଟ୍ରକକୁ ପିଟିଲା ବାଇକ, ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର

image source--East ldho news

ଫୁଳବାଣୀ: ଫୁଲବାଣୀ ସହର ନାରାୟଣୀ ପାହାଡ ତଳେ ଆଜି ସଂଧ୍ୟାରେ ବାଇକ ଦୁର୍ଘଟଣା। ଏଥିରେ ବାଇକ ଅରୋହୀ ଯୁବକ ରାକେଶ କୁମାର ଦିଗାଲ(୨୨)ର ମୃତ୍ୟୁ ହୋଇଛି। ମୃତ ରାକେଶର ଘର ସଦର ଥାନା ବଇଡା ଗ୍ରାମରେ। ସେ ବାଇକରେ ନାରାୟଣୀ ପାହାଡ ପାଖ ରାସ୍ତା ଦେଇ ତଳକୁ ଆସୁଥିଲେ। ଭାରସାମ୍ୟ ହରାଇ ବାଇକଟି ରାସ୍ତା ପାର୍ଶ୍ବରେ ଥିବା ପାହାଚରେ ପିଟି ହୋଇ ଯାଇଥିଲା। ଏଥିରେ ରାକେଶ ଗୁରୁତର ଆହତ ହୋଇଥିଲା। ତାକୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ କିଛି ସମୟ ପରେ ରାକେଶର ମୃତ୍ୟୁ ହୋଇଥିଲା। ପୁଲିସ ଟାଉନ ପୁଲିସ ବାଇକ ଜବତ କରି ଏହାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe