ଦୁଇ ବାଇକ୍ ମୁହାଁମୁହିଁ: ଜଣେ ମୃତ, ଦୁଇ ଗୁରୁତର

Advertisment
ବାଇକ ଦୁର୍ଘଟଣାରେ ବିଶିଷ୍ଟ ବ୍ୟବସାୟୀଙ୍କ ମୃତ୍ୟୁ

କେନ୍ଦୁଝର: ସଦର ଥାନା ବାଉରୀପଦା ପଞ୍ଚାୟତ ମୁକୁନା କାଜୁ ଜଙ୍ଗଲ ନିକଟରେ ଆଜି ସଂଧ୍ୟାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣକର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଯୁବକ ହେଲେ ହେଲେ ବାଉରୀପଦା ପଞ୍ଚାୟତ ମହାଦେବପୁର ଗ୍ରାମର ଗୋପୀନାଥ ନାଏକ (୨୮)। ସେହିପରି ଆହତମାନେ ହେଲେ ସେହି ଗ୍ରାମର କୋବି ଦେହୁରୀ (୩୫) ଓ ଦୁଷ୍ମନ୍ତ ବେହେରା (୨୮)।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସଧ୍ୟାରେ ଗୋପୀନାଥ ବାଇକରେ ଯାଉଥିବା ବେଳେ ଅପରପକ୍ଷରୁ ଆଉ ଏକ ବାଇକଟି ଆସୁଥିଲା। ଭାରସାମ୍ୟ ହରାଇ ବାଇକ ଦୁଇଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ତିନିଜଣ ଛିଟିକି ପଡି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଡାକ୍ତର ଗୋପୀନାଥଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣ ଆହତ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe