ଶ୍ୱଶୁର ଘରକୁ ଯାଉଥିବା ବେଳେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ, ୨ ଯୁବକଙ୍କ ମୃତ୍ୟୁ

ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

କଣ୍ଟିଲୋ: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ କଣ୍ଟିଲୋ ନିକଟସ୍ଥ ୪୮ ନମ୍ବର ରାଜ୍ୟ ରାଜପଥର ରାଜକିଆରି ଛକ ପାଖରେ ଆଜି ଅପରାହ୍ନ ୩ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦୁଃଶାସନ ପ୍ରଧାନ (୪୧) ଓ ବିପିନ ପ୍ରଧାନ (୨୯)।

ସୂଚନା ଅନୁସାରେ ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଢୋଲମରା ପଚାୟତର ମଇଷିବିନ୍ଧା ଗାଁର ଦୁଃଶାସନ ଓ ବିପିନ ଆଜି ଅପରାହ୍ନରେ ମାରଡ଼ାସ୍ଥିତ ଦୁଃଶାସନଙ୍କ ଶ୍ୱଶୁର ଘରକୁ ଯାଉଥିଲେ। ଯିବା ବାଟରେ ସେମାନେ ରାଜକିଆରି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଦୁର୍ଘଟଣା ପରେ ସେମାନଙ୍କର ମୁଣ୍ଡରେ ଜୋରରେ ଆଘାତ ଲାଗିଥିଲା। ରକ୍ତସ୍ରାବ ହେବାରୁ ସେମାନେ କିଛି ସମୟ ପର୍ଯ୍ୟନ୍ତ ଛଟପଟ ହୋଇଥିଲେ।

କଣ୍ଟିଲୋ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ଦେଓ ଖବର ପାଇ ପୁଲିସ ଟିମ ସହିତ ଘଟଣାସ୍ଥଳରେ ପହଂଚି ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ବାଇକ ଉଦ୍ଧାର କରିଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe